କେନ୍ଦ୍ରମନ୍ତ୍ରୀ କାହାକୁ କହିଲେ ହଳିଆ , ହେଲେ କାହାକୁ ?

କେନ୍ଦ୍ରମନ୍ତ୍ରୀ କାହାକୁ କହିଲେ ହଳିଆ , ହେଲେ କାହାକୁ ?

ତାଳଚେର – ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବାକୁ ତାଳଚେର ଆସିଥିଲେ । ତାଙ୍କ ସହ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ,ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ମଧ୍ୟ ଉପସ୍ଥିତ ଥିଲେ ।  ଉଦଘାଟନ କାର୍ଯ୍ୟକ୍ରମ ସହ ମଞ୍ଚରେ ଭାଷଣ ଦେଇ ହଳିଆ ଶବ୍ଦଟି ବ୍ୟବହାର କରିଥିଲେ । ଖାଲି ଭଲ ଜମି ଥିଲେ ଭଲ ଫସଲ ହେବ ନାହିଁ ଭଲ ହଳିଆର ମଧ୍ୟ ଆଵଶ୍ୟକତା ରହିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କର ଏହି ହଳିଆ ପ୍ରସଙ୍ଗଟି ଆଜି ତାଳଚେରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି  । କିଛିଙ୍କ ମତରେ ମନ୍ତ୍ରୀ ଇଙ୍ଗିତ ଇଙ୍ଗିତରେ ତାଳଚେରବାସୀଙ୍କୁ ଉପଯୁକ୍ତ ଲୋକପ୍ରତିନିଧି ବାଛୁ ନଥିବାରୁ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି  ଏପରି କହିଛନ୍ତି । ତାଙ୍କ ମତରେ ଭୋଟର ଯେଉଁମାନଙ୍କୁ ଲୋକ ପ୍ରତିନିଧି ବାଛିଛନ୍ତି ,ସେମାନଙ୍କ ପାଇଁ ସମସ୍ତଙ୍କର ଉନ୍ନତି ବା ବିକାଶ ସମ୍ଭବ ହୋଇପାରିନାହିଁ । ଆଉ କିଛି ମନ୍ତ୍ରୀଙ୍କ ହଳିଆ ପ୍ରସଙ୍ଗକୁ ତୀବ୍ର ସମାଲୋଚନା କରିଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଜାତନ୍ତ୍ରରେ ନିର୍ବାଚିତ ପ୍ରତିନିଧି ଯଦି ହଳିଆ ତେବେ ଆପଣ କଣ ବୋଲି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଏପରି ଭାଷା ପ୍ରୟୋଗ କରିବାର ନଥିଲା ବୋଲି କିଛି କହୁଥିବା ବେଳେ ଏବେ ଆଉ ହଳିଆବୋଲି କେହି ନାହାନ୍ତି ହଳିଆ ଶବ୍ଦ ଆଉ ବ୍ୟବହାର କରା ଯାଉ ନାହିଁ । ତେବେ ଯାହା ହେଉ ନା କାହିଁକି ମନ୍ତ୍ରୀଙ୍କର ଏହି ହଳିଆ ବଚନ ଆଜି ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

What’s your Reaction?
+1
0
+1
1
+1
0
+1
0
+1
4
+1
0
+1
2

Leave a Reply