ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା

ଅନୁଗୁଳ – ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା କରାଯାଇଛି । କୁମ୍ଭୀର ଗଣନା ପାଇଁ ୫ତାରିଖ ଅପରାହ୍ନରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ଏବଂ ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ । ଏହାସହ ନଦୀରେ ମାଛ ଧରିବା ପାଇଁ ମସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଇଛି । ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ହେବାକୁ ଥିବାବେଳେ ଏଥିପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ ହେବାର ରହିଛି କାର୍ଯ୍ୟକ୍ରମ ରହିଛି । ଗଣନା କାର୍ଯ୍ୟ ସୂଚାରୁରୂପେ ଏବଂ ବିନା ବାଧାବିଘ୍ନରେ କରିବା ପାଇଁ ପର୍ଯ୍ୟଟକଙ୍କୁ ମହାନଦୀରେ ବୋଟିଂ ପାଇଁ ବାରଣ କରାଯାଇଥିବା ଡି ଏଫ ଓ ସରୋଜ ପଣ୍ଡା ଦେଇଛନ୍ତି ସୂଚନା।

Advertisement

Leave a Reply

Your email address will not be published. Required fields are marked *