ସମସ୍ୟା ଏମସିଏଲ ଠିକା ସଂସ୍ଥା ହାତକୁ ଟେକିଦେଲା ସାଇଲୋ – ଧାରଣାରେ ଟ୍ରେଡ ୟୁନିଅନ Angul OnlineJuly 11, 2022July 11, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ଭରତପୁର ସାଇଲୋକୁ ଠିକା ସଂସ୍ଥା ହାତକୁ ଏମସିଏଲ ଟେକି ଦେଇଥିବାରୁ ଏହାକୁ ବିରୋଧ କରି ଧାରଣାରେ ବସିଥିଲେ ଏମସିଏଲର ସମସ୍ତ ଟ୍ରେଡ଼ ୟୁନିଅନ । ବିଗତ ଦିନରେ ଏମସିଏଲ କର୍ମଚାରୀଙ୍କ ଦ୍ୱାରା ଏହି ସାଇଲୋରୁ ଭଲ କାର୍ଯ୍ୟ ପ୍ରଦର୍ଶନ କରାଯାଇ ଅଧିକରୁ ଅଧିକ ଟ୍ରେନ ୱାଗନରେ କୋଇଲା ରପ୍ତାନି କରାଯାଇଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଏମସିଏଲ କତ୍ତୃପକ୍ଷ ଏହାକୁ ଠିକା ସଂସ୍ଥା ହାତକୁ ଟେକି ଦେଇଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ କର୍ମଚାରୀ ଛଟେଇ ହେବେ ବୋଲି ଆଶଙ୍କା ସୃଷ୍ଟି ହୋଇଥିବା ଟ୍ରେଡ଼ ୟୁନିଅନ ଅଭିଯୋଗ କରିଛନ୍ତି । ଏମସିଏଲର ଏହି ସାଇଲୋରେ ଜମି ହରା ପ୍ରଜାମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦେଇ ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ଅଭିଯୋଗ କରି ଭରତପୁର କୋଇଲା ଖଣି ସାଇଲୋ ଆଗରେ ଧାରଣାରେ ବସିଛନ୍ତି ସମସ୍ତ ଟ୍ରେଡ଼ ୟୁନିଅନର କର୍ମଚାରି । ତେବେ ଏମସିଏଲ ଯଦି ଏହି ଘରୋଇକରଣ ନୀତିରୁ ନିବୃତ୍ତ ନ ରୁହେ ତେବେ ଆଗମୀ ଦିନରେ ଏମସିଏଲ କର୍ମଚାରୀଙ୍କର ନ୍ୟାର୍ଯ୍ୟ ଦାବି ନେଇ ଏମସିଏଲର ସମସ୍ତ କୋଇଲା ଖଣିକୁ ବନ୍ଦ କରିବା ସହ ଅର୍ଥନୈତିକ ଅବରୋଧ କରାଯିବା ସହ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛି ଶ୍ରମିକ ସଂଘ । Advertisement
ଗୀତାଗ୍ରାମରେ ରାସ୍ତା ଓ ଡ୍ରେନ୍ ନିର୍ମାଣ ଦାବି ଅନୁଗୁଳ- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ତୁରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୀତାଗ୍ରାମରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କରିକୁ ଦାବି କରାଯାଇଛି । ଗୀତାଗ୍ରାମ ଉନ୍ନୟନ…
ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ଅନୁଗୁଳ – ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ…
ଏଟିଏମ ଥାଇ ଟଙ୍କା ପାଇଁ ଦହଗଞ୍ଜ ଅଞ୍ଚଳବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ସେହି ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ । ଦୈନିକ ଶହ ଶହ ଲୋକ ଏଠାକୁ ବିଭିନ୍ନ କାମ ନେଇ ଆସିଥାନ୍ତି…