ମୁଖ୍ୟ ଖବର ବଦଳିଲେ ଥାନା ଅଧିକାରୀ ଏବଂ ସବ-ଇନ୍ସପେକ୍ଟର Angul OnlineJune 8, 2022June 8, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ଗତ ଦୁଇଦିନ ତଳେ ଜିଲ୍ଲାର ଇନ୍ସପେକ୍ଟର ଓ ସବ-ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଥିଲା । ଆଜି (ବୁଧବାର) ପୁଣି ଅନୁଗୁଳ ଏସପି ଜାଗମୋହନ ମୀନା ଥାନା ଅଧିକାରୀ ଓ ସବ-ଇନ୍ସପେକ୍ଟର ସ୍ତରରେ ଏବ ବଡ ଧରଣର ଅଦଳବଦଳ କରିଛନ୍ତି । ଅନୁଗୁଳ ଡ଼ିସିଆରବିରେ ଥିବା ଇନ୍ସପେକ୍ଟରକୁ ହଣ୍ଡପା ଥାନା ଅଧିକାରୀ ଭାବେ ବଦଳି କରା ଯାଇଛି । ସେହିଭଳି ସମଲ ଥାନା ଅଧିକାରୀ ଲବ ବୋଡାଙ୍କୁ କିଶୋରନଗର ଥାନା ଅଧିକାରୀ , କିଶୋରନଗର ଥାନା ଇନ୍ସପେକ୍ଟର ଆନନ୍ଦା କୁମାର ଡୁଙ୍ଗଡୁଙ୍ଗଙ୍କୁ ଡ଼ିସିଆରବି , ବିକରମରପୁର ଥାନା ଅଧିକାରିଣୀ ଯାଜ୍ଞସେନୀ ପ୍ରଧାନଙ୍କୁ ସମଲ ଥାନା , ହେଡ କ୍ଵାଟରରେ ଥିବା ଇନ୍ସପେକ୍ଟର ବିଜଯ କୁମାର ସ୍ଵାଇଁଙ୍କୁ କିଆକଟା ଥାନା ଅଧିକାରୀ ଭାବେ ବଦଳି କରା ଯାଇଛି । କିଆକଟା ଥାନା ଥାନା ଅଧିକାରୀ ବିକ୍ରମ ବିହାରୀ ଜୟପୁରିଆଙ୍କୁ ଅନୁଗୁଳ ସଦର ଥାନାର ଆଡସିନାଲ ଥାନା ଅଧିକାରୀ ଭାବେ , ଖମାର ଥାନା ଅଧିକାରିଣୀ ପ୍ରୀତି ମଞ୍ଜରି ମେଣ୍ଡୁଳିଙ୍କୁ ଅନୁଗୁଳ ଟାଉନ ଥାନାର ଆଡସିନାଲ ଥାନା ଅଧିକାରୀ ଭାବେ ବଦଳି କରା ଯାଇଛି । ସେହିଭଳି ହେଡ କ୍ଵାଟରରେ ଥିବା ଇନ୍ସପେକ୍ଟର ପ୍ରଶାନ୍ତ ପଢିହାରୀଙ୍କୁ ଖମାର ଥାନା , ହେଡକ୍ଵାଟରରୁ ସ୍ମିତାଞ୍ଜଳି ପ୍ରଧାନଙ୍କୁ ଏନଟିପିସି ଥାନା , ଏନଟିପିସି ଥାନାରୁ ଦୀପିକା ଦେବୀ ରାୟଙ୍କୁ ବିକ୍ରମପୁର ଥାନା ଓ ହେଡକ୍ଵାଟରରେ ଥିବା ଦିଲ୍ଲୀପ ଲାକ୍ରାଙ୍କୁ ନାଲକୋ ଥାନା ଅଧିକାରୀ ଭାବେ ବଦଳି କରା ଯାଇଛି । ସେହିଭଳି ସବ-ଇନ୍ସପେକ୍ଟର ସ୍ତରରେ ହୋଇଥିବା ଅଦଳବଦଳରେ ଏସ୍ଆଇ ବିପ୍ଳବ ସାହୁଙ୍କୁ ତାଳଚେରୁ ଗୋଡ଼ିବନ୍ଧ ଫାଣ୍ଡି, ଏସ୍ଆଇ ଲଲାଟେନ୍ଦୁ ନାଏକଙ୍କୁ ଇନ୍ଭେଷ୍ଟିଗେସନ ଉଇଙ୍ଗରୁ କଣିହାଁ ଥାନାକୁ, ଏସ୍ଆଇ ପବିତ୍ର କୁମାର ମହାରଣାଙ୍କୁ ଏନ୍ଟିପିସି ଥାନାରୁ ଛେଣ୍ଡିପଦା ଥାନାକୁ, ଏସ୍ଆଇ ସୁମିତ୍ରା ଦଳେଇଙ୍କୁ ଅନୁଗୁଳ ସଦର ଥାନାରୁ ଜିଲ୍ଲା ହେଡ କ୍ବାର୍ଟର, ଏସ୍ଆଇ ବିଚିତ୍ରାନନ୍ଦ ଲେଙ୍କାଙ୍କୁ ବଅଁରପାଳ ଥାନାରୁ ନାଲକୋ ଥାନାକୁ, ଏସ୍ଆଇ ରଘୁନାଥ ମୁଣ୍ଡାଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ସମଲ ଥାନାକୁ, ଏସ୍ଆଇ ସତ୍ୟରଞ୍ଜନ ଲେଙ୍କାଙ୍କୁ ଅନୁଗୁଳ ଥାନାରୁ ସଦର ଥାନାକୁ ବଦଳି କରାଯାଇଛି। ସେହିଭଳି ଏଏସ୍ଆଇ ନେପାଳ ପଟ୍ଟାଙ୍କୁ ସାଉଥ ବଲଣ୍ଡାରୁ ଗୋପାଳ ପ୍ରସାଦ ଫାଣ୍ଡିକୁ, ଏଏସ୍ଆଇ ସାରଦା ପ୍ରସନ୍ନ ସାମନ୍ତଙ୍କୁ ଛେଣ୍ଡିପଦା କୋର୍ଟରୁ ସାଉଥବଲଣ୍ଡା ଫାଣ୍ଡିକୁ, ଏଏସ୍ଆଇ ଅଞ୍ଜଳୀ ପ୍ରଧାନଙ୍କୁ କିଆକଟା ଥାନାରୁ ପୁରୁଣାକୋଟ ଥାନାକୁ, ଏଏସ୍ଆଇ ବ୍ରହ୍ମାନନ୍ଦ ସାହୁଙ୍କୁ ଆଠମଲ୍ଲିକ ଥାନାରୁ ଠାକୁରଗଡ଼ ଥାନାକୁ, ଏଏସ୍ଆଇ ଶ୍ୟାମଘନ ସ୍ବାଇଁଙ୍କୁ ଖମାର ଥାନାରୁ କଣିହାଁ ଥାନାକୁ, ଏଏସ୍ଆଇ ହରିହର ପ୍ରଧାନଙ୍କୁ ସମଲ ଥାନାରୁ ନାଲକୋ ଥାନାକୁ, ଏଏସ୍ଆଇ ସଞ୍ଜୟ କୁମାର ନାୟକଙ୍କୁ ଅନୁଗୁଳ କୋର୍ଟରୁ କଲିଏରୀ ଥାନାକୁ, ଏଏସ୍ଆଇ ସୁଦକ୍ଷ କୁମାର ରାଉତଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ବନ୍ତଳା ଥାନାକୁ, ଏଏସ୍ଆଇ ଅନିଲ କୁମାର ସିଂଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ଛେଣ୍ଡିପଦା ଥାନାକୁ, ଏଏସ୍ଆଇ ବିଚିତ୍ରାନନ୍ଦ ସାହୁଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ଆଠମଲ୍ଲିକ ଥାନାକୁ, ଏଏସ୍ଆଇ ନବୀନ କୁମାର ଶତପଥିଙ୍କୁ ଠାକୁରଗଡ଼ ଥାନାରୁ କିଆକଟା ଥାନା, ଏଏସ୍ଆଇ ସମ୍ଭୁତୀ ପଣ୍ଡାଙ୍କୁ ଇନ୍ଭେଷ୍ଟିଗେସନ୍ ଉଇଙ୍ଗରୁ ଛେଣ୍ଡିପଦା କୋର୍ଟକୁ, ଏଏସ୍ଆଇ ଦମୟନ୍ତି ବେହେରାଙ୍କୁ ହେଡ କ୍ବାର୍ଟରରୁ କଣିହାଁ ଥାନାକୁ ବଦଳି କରାଯାଇଛି। Advertisement
କାରକୁ ଧକ୍କା ଦେଲା ଟ୍ରେନ – ଅଳ୍ପକେ ବର୍ତ୍ତିଲେ ତିନି ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ଦା ନିକଟରେ ଏକ ଟ୍ରେନ ଧକ୍କାରେ ଗୋଟିଏ କାର ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ତିନି ଜଣ ବର୍ତ୍ତୀ ଯାଇଥିବା ଜଣା…
ନାଳରୁ ନରକଙ୍କାଳ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଭୋକିଲାପାଳ ନିକଟରେ ଥିବା ବଉଳିନାଳ ନିକଟରୁ ଆଜି ଏକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହି…
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…