ମୁଖ୍ୟ ଖବର ପୁଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ Angul OnlineJune 7, 2022June 7, 2022 ଅନୁଗୁଳ – ରାଜ୍ୟ ପୁଲିସ ବିଭାଗରେ ପୁଲିସ ସବ୍-ଇନ୍ସପେକ୍ଟରଙ୍କର ଇନ୍ସପେକ୍ଟର ଭାବେ ପଦୋନ୍ନତି ହୋଇଛି । ପଦୋନ୍ନତି ପାଇଥବା ଏହି ଇନିସ୍ପେକ୍ଟରଙ୍କ ସମେତ ପୂର୍ବରୁ କାର୍ଯ୍ୟରତ ବରିଷ୍ଠ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ବରିଷ୍ଠ ଇନ୍ସପେକ୍ଟର ଜ୍ଞାନରଞ୍ଜନ ସାମଲଙ୍କୁ ପିଟିସି , ନାଲ୍କୋ ଥାନା ଆଇଆଇସି ବିନ୍ଦୁବାସିନୀ ବିଶ୍ବାଳଙ୍କୁ ଓଏଚ୍ଆର୍ସି ଏବଂ ପିଟିସିରେ କାର୍ଯ୍ୟରତ ଝୁନାରାଣୀ ସାହୁଙ୍କୁ ଭୁବନେଶ୍ବର ବିଜୁ ପଟ୍ଟନାୟକ ପୁଲିସ ଏକାଡ଼େମୀକୁ ବଦଳି ହୋଇଛି । ସେହିପରି ଜିଲ୍ଲାରେ କାର୍ଯ୍ୟରତ ୭ ଜଣ ସବ୍-ଇନ୍ସପେକ୍ଟରଙ୍କର ଇନିସ୍ପେକ୍ଟର ଭାବେ ପଦୋନ୍ନତି ହୋଇଛି । ସେମାନଙ୍କ ମଧ୍ୟରୁ ସ୍ନିତାଞ୍ଜଳି ପ୍ରଧାନ , ବିକ୍ରମ ବିହାରୀ ଜୟପୁରିଆ , ବିଜୟ କୁମାର ସ୍ବାଇଁ , ଦିଲ୍ଲୀପ କୁମାର ଲାକ୍ରାଙ୍କୁ ଅନୁଗୁଳରେ ଅବସ୍ଥାପିତ କରାଯାଇଥିବା ବେଳେ ପ୍ରକାଶ କୁମାର ମାଝିଙ୍କୁ କମିସନରେଟ୍ ପୁଲିସ , ରୀତାରାଣୀ ପ୍ରଧାନଙ୍କୁ କଳାହାଣ୍ଡି ଓ କଳ୍ପନା ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇଥିବା ଜଣାପଡ଼ିଛି । Advertisement
ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ ଅନୁଗୁଳ – ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କଠୋର ହୋଇଛି ଅନୁଗୁଳ ପୁଲିସ । ୧୦୦ ରୁ ଅଧିକ ବ୍ୟକ୍ତିଙ୍କ ଠାରୁ ବିଗତ ଦୁଇ ଦିନ ମଧ୍ୟରେ…
ଯୁବକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ଅନୁଗୁଳ- ଅନୁଗୁଳ ସହର ହୁଲୁରିସିଂହାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି…
ଜାଲ ପ୍ରମାଣପତ୍ରରେ ପିଇଟି ଚାକିରି ଘଟଣା – ମହିଳା ପିଇଟି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଅନୁଗୁଳ ଥାନାରେ ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଅଭିଯୋଗ…