ଆଞ୍ଚଳିକ ମୋଟରସାଇକେଲ ଉପରେ ପଡିଲା ଗଛ – ୩ ଗୁରୁତର Angul OnlineAugust 2, 2021August 2, 2021 ଛେଣ୍ଡିପଦା – ଅନୁଗୁଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମ୍ମୁଖରେ ଗଛ ଭାଙ୍ଗି ମୋଟରସାଇକେଲରେ ଯାଉଥିବା ୩ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ କରଡାବାହାଳି ଗାଁର ବ୍ରଜବନ୍ଧୁ ନାଏକ ତାଙ୍କ ସ୍ତ୍ରୀ ସତ୍ୟବତୀ ନାଏକ ଓ ପୁଅ କାହ୍ନା ନାଏକ ବୋଲି ଜଣାପଡିଛି । ସୂଚନା ଅନୁସାରେ କରଡାବାହାଳି ଗାଁର ବ୍ରଜବନ୍ଧୁ ନାଏକ ତାଙ୍କ ସ୍ତ୍ରୀ ସତ୍ୟବତୀ ନାଏକ ସହ ପୁଅ କାହ୍ନାର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ମୋଟରସାଇକେଲ ଯୋଗେ ଅନୁଗୁଳ ମେଡିକାଲକୁ ଯାଉଥିବା ସମୟରେ ରାସ୍ତାରେ ଗଛ ଭାଙ୍ଗି ସେମାନଙ୍କ ଉପରେ ପଡିଥିଲା । ଫଳରେ ୩ ଜଣ ଆହତ ହୋଇ ରାସ୍ତା ଉଆପରେ ପଡି ଯାଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ କୋଶଳା ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କର ଗୋଡ଼, ହାତ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । Advertisement
ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି(ମଙ୍ଗଳବାର) ଏକ ହାତୀଛୁଆର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୩ ରୁ ୪…
ମହିଳା ଏବଂ ବାଳିକାମାନଙ୍କର ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ ଆରମ୍ଭ ଆର୍ଥିକ ଦୁର୍ବଳ ବର୍ଗର ମହିଳା ଏବଂ ଯୁବତୀ ମାନଙ୍କ ଦକ୍ଷତା ବିକାଶ ଓ ଶିକ୍ଷା ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ କରାଯିବ ସହାୟତା ପାଇଁ ଇଚ୍ଚୁକ ମହିଳା ଏବଂ ଯୁବତୀ ମାନେ ଫାଉଣ୍ଡେସନର ୱେବସାଇଟ୍ ଯାଇ ଆବେଦନ କରିପାରିବେ ଭୁବନେଶ୍ୱର – ଆନ୍ତର୍ଜାତୀୟ…
ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ…