ଆଞ୍ଚଳିକ ବିଜୁ ଯୁବ ଜନତା ଦଳ ଦ୍ବାରା ବନ ମହୋତ୍ସବ ସପ୍ତାହରେ ବୃକ୍ଷ ରୋପଣ Angul OnlineJuly 3, 2022July 3, 2022 ଅନୁଗୁଳ – ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ତ୍ବରେ ଅନୁଗୁଳ ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡିଶା ମୋ ପରିବାର ଓ ବିଜୁ ଯୁବ ଜନତା ଦଳ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବନ୍ତଳା ଫରେଷ୍ଟ ରେଞ୍ଜ ତରଫରୁ ଏହି ବୃକ୍ଷ ଗୁଡିକୁ ପ୍ରଦାନ କରାଯାଇଥିବା ବେଳେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବେଳେ ୨୫ ଟି ଗଛ ଲଗା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରି ବନମହୋତ୍ସବ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।ସମ୍ମାନୀତ ଅତିଥୀ ଭାବେ ସାଂସଦଙ୍କ ଜିଲ୍ଲା ପ୍ରତିନିଧୀ ଭକ୍ତି ପ୍ରଶାଦ ଦାସ , ମୁନିସିପାଲିଟି ପ୍ରତିନିଧୀ ପୂର୍ଣଚନ୍ଦ୍ର ରାଉତ , ବିଜୁ ଯୁବ ଜନତା ଦଳର ଜିଲ୍ଲା ଡିଜିଟାଲ ସମ୍ପାଦକ ଚିନ୍ମୟ ପ୍ରଶାଦ ସାହୁ ଓ ମୁନିସିପାଲିଟି ଡିଜିଟାଲ ସମ୍ପାଦକ ପ୍ରଶାନ୍ତ ଦେହୁରୀ ସାମିଲ ହୋଇଥିଲେ । Advertisement
ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ରେ ଦଶମ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଯାଇଛି ।ଏହି ଦିବସରେ ମୁଖ୍ୟ ଅତିଥି ଭାବେ…
କ୍ୟାଟ ଅନଗୁଳ ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଅନୁଗୁଳ – କ୍ୟାଟ ଅନଗୁଳ ଜିଲ୍ଲା ଶାଖା ର ଚତୁର୍ଥ ପ୍ରତିଷ୍ଠା ଦିବସ ହୋଟେଲ କମଲେସ କଣ୍ଟିନେଣ୍ଟାଲ ଠାରେ ଆୟୋଜିତ ହୋଇଯାଇ ଅଛି । କ୍ୟାଟ ଅନୁଗୁଳ…
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ…