ମୁଖ୍ୟ ଖବର ସହିଦ ଦେବାଶିଷ ସେଠୀଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଦେଲା ସମ୍ବର୍ଦ୍ଧନା Angul OnlineAugust 15, 2021August 15, 2021 ଅନୁଗୁଳ – ମରୋଣତ୍ତର ଶୋର୍ଯ୍ୟ ଚକ୍ର ପୁରସ୍କୃତ ଦେବାଶିଷ ସେଠୀଙ୍କ ପରିବାରକୁ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି । ମାଓବାଦୀଙ୍କ ସହ ଲଢେ଼ଇ କରି ସହିଦ ହୋଇଥିଲେ ଦେବାଶିଷ । ହେଲେ ସହିଦ ହେବା ପୂର୍ବରୁ ବିରତା ଓ ସାହାସିକତା ଦେଖାଇ ୫ ମାଓବାଦୀଙ୍କୁ ନିହତ କରିଥିଲେ । ଏଥିପାଇଁ ଅନୁଗୁଳ ମାଟିର ପୁଅ ଦେବାଶିଷ ସେଠୀଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରାଗଲା । ଅନୁଗୁଳ ଜିଲ୍ଲା ଅଙ୍ଗପଡା ଗାଁର ସନାତନ ସେଠୀ ଓ ଛାଇ ସେଠୀଙ୍କ ବଡ଼ ପୁଅ ଦେବାଶିଷ ସେଠୀ । ଗତ ୬ ବର୍ଷ ହେଲା ଏସଓଜି ଯବାନ ଭାବେ କାମ କରୁଥିଲେ । ତେବେ ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖରେ କଳାହାଣ୍ଡି- କନ୍ଧମାଳ ସୀମାନ୍ତ ସିର୍କୀ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଦେବାଶିଷ ଓ ତାଙ୍କର ଅନ୍ୟ ଜଣେ ସହଯୋଗି ସୁଧୀର କୁମାର ଟୁଡୁ ସହିଦ ହୋଇଥିଲେ । ହେଲେ ସହିଦ ପୂର୍ବରୁ ମାଓବାଦୀଙ୍କ ଗଡ଼ରେ ପଶି ୫ ଜଣ ମାଓବାଦୀଙ୍କୁ ନିହତ କରିଥିଲେ । ଗରିବ ଘରେ ଜନ୍ମ ହୋଇଥିବା ଦେବାଶିଷଙ୍କୁ ବହୁ କଷ୍ଟରେ ପାଠ ପଢ଼ାଇଥିଲେ ବାପା-ମା । ଆଉ ପାଠ ପଢି ଏସ ଓ ଜି ଯବାନ ଭାବେ ଚାକିରୀ କରିଵା ପରେ ବାପା ମାଙ୍କ ମନରେ ହସ ଫୁଟିଥିଲା । ଆଉ ଏବେ ସହିଦ ହେବା ପରେ ରୋଜଗାରିଆ ପୁଅକୁ ହରାଇ ମନ ଦୁଃଖ ତ କରୁଛନ୍ତି ନିଶ୍ଚିତ । ହେଲେ ରାଜ୍ୟ ଓ ଦେଶ ପାଇଁ ଜୀବନ ଦେଉଥିବାରୁ ଆଜି ବେଶ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି ବୋଲି ଦେବାଶିଷଙ୍କ ପିତା ଓ ମାତା ପ୍ରକାଶ କରିଛନ୍ତି । ବିରତା ଓ ସାହାସିକତା ଦେଖାଇ ଦେଶ ପାଇଁ ଜୀବନ ଦେଇଥିବା ଦେବାଶିଷଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନରେ ସମ୍ମାନିତ କରା ଯାଇଛି । ଆଜି ତାଙ୍କ ଜନ୍ମ ମାଟି ଅଙ୍ଗପଡା ବାସୀ ସମେତ ରାଜ୍ୟବାସୀ ତାଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଦେବାଶିଷଙ୍କ ବାପା-ମାଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଡ଼ିସିମିଲ ଜାଗାର ପଟା ପଦାନ କରାଯାଇଛି । ନୁନୁକାପଶିଠାରେ ଦେବାଶିଷଙ୍କୁ ସମ୍ମାନୀତ କରି ଏହି ଜାଗା ପ୍ରଦାନ କରା ଯାଇଛି । ସହିଦ ଦେବାଶିଷଙ୍କୁ ମରୋଣତ୍ତର ସମ୍ମାନରେ ଶୌର୍ଯ୍ୟ ଚକ୍ର ପାଇବା ଓଡିଶାବାସୀ ତଥା ଓଡିଶା ପୁଲିସ ପାଇଁ ଗର୍ବର କଥା ବୋଲି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ଏହି ଅବସରରେ କହିବା ସହ ସେ ସବୁଦିନ ପାଇଁ ଅମର ରହିବେ ବୋଲି କହିଥିଲେ । ଦେବାଶିଷ ଯେଉଁଭଳି ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ପଶି ମାଓବାଦୀଙ୍କ ଦମନ କରିଥିଲେ ତାହା ବେଶ ପ୍ରଶଂସନୀୟ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଥିଲେ । ଆଉ ତାଙ୍କର ଏହି ସାହାସିକତା ପରେ ସେହି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ କମିଥିବା କହିଥିଲେ । ତାଙ୍କର ଏହି ପରାକ୍ରମ ପରେ ଅନେକ ଯୁବ ପିଢ଼ି ଦେଶ ସେବା ପାଇଁ ଆଗେଇ ଆସିବେ ବୋଲି ମଧ୍ୟ କହିଥିଲେ । Advertisement
ଅଂଶୁଘାତରେ ମୃତ୍ୟୁ ସନ୍ଦେହ ଅନୁଗୋଳ – ଅନୁଗୋଳ ଜିଲ୍ଲା ମହିଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ କୁମୁରିସିଂହା ,…
ବସ ଧକ୍କାରେ ଜଣେ ମୃତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଆଜି(ମଙ୍ଗଳବାର) ଏକ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ…
ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…