ଆଞ୍ଚଳିକ ଉତ୍କଳ ଡି କୋଲ ବ୍ଲକ୍ ନିମନ୍ତେ ଗ୍ରାମବାସୀଙ୍କ ସହ ତ୍ରିପାକ୍ଷିକ ବୈଠକ Angul OnlineApril 22, 2022April 22, 2022 ଅନୁଗୁଳ – ନାଲ୍କୋର ଉତ୍କଳ ଡି କୋଲ ବ୍ଲକ୍ ପାଇଁ ଛେଣ୍ଡିପଦାର ରାଇଝରଣ ଗ୍ରାମବାସୀଙ୍କୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଏକ ତ୍ରିପାକ୍ଷିକ ବୈଠକ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଙ୍କ ଅଧ୍ୟକ୍ଷତାରେ ଆଜି(ଶୁକ୍ରବାର) ପୂର୍ବାହ୍ନରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଇଝରଣ ଗ୍ରାମର ଜମିହରା ପ୍ରଜାମାନଙ୍କର ଥଇଥାନ ଓ ବିସ୍ଥାପନ ସମ୍ପର୍କରେ ଗ୍ରାମବାସୀମାନଙ୍କ ସହ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଥଇଥାନ ଓ ବିସ୍ଥାପନ ନୀତି ଅନୁଯାୟୀ ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗ୍ରାମବାସୀଙ୍କର ଦାବୀ ମୁତାବକ ଜମିର ମୁଲ୍ୟ ବର୍ଦ୍ଧିତ ଦରରେ ପ୍ରଦାନ କରିବା ସହ ନିଯୁକ୍ତି ନିମନ୍ତେ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେ ଝିଣ୍ଟିପାଳ ଗ୍ରାମର ଗ୍ରାମବାସୀ , ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ଓ ରାଧିକାପୁର ପଶ୍ଚିମ କୋଇଲା ବ୍ଳକର କର୍ତ୍ତୃପକ୍ଷକ ସହ SIA study କୁ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୂ – ଅର୍ଜନ ଅଧିକାରୀ ( ସାଧାରଣ ) ଇଷାନି ପଣ୍ଡା , ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା , ନାଲ୍କୋ କମ୍ପାନୀ କର୍ତ୍ତୁପକ୍ଷ , ଉତ୍କଳ ଡିର କର୍ତ୍ତୃପକ୍ଷ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । Advertisement
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…
ରଥଯାତ୍ରାରେ ଜେଏସପି ଫାଉଣ୍ଡେସନ ଦ୍ବାରା ଭକ୍ତମାନଙ୍କୁ ବିଭିନ୍ନ ସେବା ପ୍ରଦାନ ଭୁବନେଶ୍ଵର – ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର…
ମଧୁ ବାବୁ ଥିଲେ ନାରୀ ସ୍ବାଧୀନତାର ସୂତ୍ରଧର ଏବଂ ଓଡ଼ିଆ ସ୍ବାଭିମାନର ଜନ୍ମଦାତା ଅନୁଗୋଳ – ଅନୁଗୋଳ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସଭାଘର ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି ।…