ମୁଖ୍ୟ ଖବର ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର – ପାଞ୍ଚ ଆହତ Angul OnlineJanuary 9, 2023January 9, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁରରେ ସିରିଜ ଦୁର୍ଘଟଣା ଘଟାଇଲା ଟ୍ରିପର । ଫଳରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ତେବେ ଗୋଟିଏ ପରେ ଗୋଟିଏ ଗାଡି ଏବଂ ଲୋକଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଦୁର୍ଘଟଣା ଘଟାଇଥିବା ଟ୍ରିପର ଫସିଗଲା । ସୂଚନା ଅନୁସାରେ ଅନୁଗୁଳ ପଟରୁ ଏକ ଖାଲି ଟ୍ରିପର ମହିଧରପୁର ଦେଇ ଯାଉଥିବା ବେଳେ ମହିଧରପୁର ବଜାର ଭିତର ରାସ୍ତାରେ ଯିବା ଆସିବା କରୁଥିବା ଗୋଟିଏ ପରେ ଗୋଟିଏ ଗାଡିକୁ ଧକ୍କା ଦେଇଥିଲା । ଏପରିକି ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ମଧ୍ୟ ଧକ୍କା ଦେଇ ଥିଲା । ଫଳରେ ଏକ କାର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ସେଥିରେ ଥିବା ବାପ-ପୁଅ ଆହତ ହୋଇଥିଲେ । ଏହା ସହ ଅନ୍ୟ ତିନି ଜଣ ପଥଚାରି ମଧ୍ୟ ଆହତ ହୋଇଥିଲେ । ସମସ୍ତ ଆହତ ମାନଙ୍କୁ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ତେବେ ଧକ୍କା ଦେବା ପରେ ଦ୍ରୁତ ଗତିରେ ଟ୍ରିପରଟି ପଳାଇ ଯାଉଥିବା ବେଳେ ନିଜେ ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ବାଉଁଶ ବୁଦା ଭିତରେ ପଶି ରହି ଯାଇଥିଲା । ଖବର ପାଇ ପୁଲିସ ଘଟଣା ପହଞ୍ଚି ଗାଡିକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡିଛି । Advertisement
ଟ୍ରକ ଧକ୍କାରେ ଦୁଇ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପଵିତ୍ରମୋହନ ଛକ ନିକଟରେ ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁଇ ମୋଟରସାଇକେଲ ଆରୋହି ମୃତ । ମୃତକ ମଧ୍ୟରୁ ଜଣେ…
ଥାନା ଓ କାରାଗାରାରେ କରୋନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଏବେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ସହର ସବୁଠି ଏହି ଅଦୃଶ୍ୟ ଭୂତାଣୁ ତାର ସ୍ଥିତି…
ଦୁର୍ଘଟଣାରେ ଦୁଇ ଭାଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲ ଦୈ ଯାଇଥିବା ଜାତୀୟ ରାଜପଥ ୫୫ ର ଜରପଡା ଥାନା ତୁକୁଡ଼ା ଠାରେ ବୁଧବାର ରାତି ପ୍ରାୟ ୧୧ ଟା ବେଳକୁ…