ଅପରାଧ ଟ୍ରକରେ ଗୋରୁ ଚାଲାଣ ବେଳେ ଖରାପ ହେଇଗଲା ଗାଡି – କାବୁ କରିନେଲେ ଲୋକେ Angul OnlineSeptember 10, 2024September 10, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଛକ ନିକଟରେ ଗୋରୁ ବୋଝେଇ ଗାଡି ଧରିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ , ଆଜି ସକାଳ ୫ ଟା ସମୟରେ ମହୀଧରପୁର ଛକ ଠାରେ ଏକ ଆଇଚର WB 29 A 7798 ଗାଡି ଛିଡା ହୋଇ ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଗାଡି ଡାଲାରୁ ଫଡ ଫଡ ଶୁଭିବା ସହ ଗୋରୁ ବୋବେଇବା ଶୁଭା ଯାଇଥିଲା। ଏହା ଶୁଣି ସ୍ଥାନୀୟ ଲୋକେ ଟ୍ରକରେ ଭିଡା ଯାଇଥିବା ପାଲକୁ ଖୋଲି ଥିଲେ। ପାଲ ଖୋଲିବା ପରେ ବହୁ ଗୋରୁ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା । ଲୋକେ ସଙ୍ଗେ ସଙ୍ଗେ ପୁଲିସ କୁ ଖବର ଦେବା ସହ ଗୋରୁ ଗୁଡିକୁ ଖୋଲିବାକୁ ଚେଷ୍ଟା କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ବ କରିଛି । ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ଯେ, ବିଳମ୍ବିତ ରାତିରେ ଏହି ଆଇଚର ଟ୍ରକଟି ବଡକେରା ଆଡୁ ଆସି ଆଠଗଡ଼ ଦେଇ ବାହାରକୁ ରାଜ୍ୟ କୁ ଯାଉଥିଲା। ଗାଡି ଟି ଖରାପ ହେବାରୁ ମହୀଧରପୁର ଛକ ଠାରେ ଛାଡି ଡ୍ରାଇଭର ମାନେ ପଳାଇ ଯାଇଥିଲେ। ଏ ପଟେ ଗାଡି ଟିକୁ ଜବତ କରିବା ସହିତ ଅଧିକ ତଦନ୍ତ କରାଯାଉଛି। Advertisement
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…
ଗୋରୁ ଚାଲାଣ ବେଳେ ପୋଲିସର ଚଢ଼ାଉ – ୧୦୦ ରୁ ଊର୍ଦ୍ଧ୍ଵ ଗୋରୁଗାଇ ଜବତ ଛେଣ୍ତିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଟାଙ୍ଗିରୀ ଗ୍ରାମ ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୧୦୮ ଟି ଗୋରୁଙ୍କୁ ଉଦ୍ଧାର …
ଲୁହା ପଥର ଗୁଣ୍ଡ ଚୋରା ଚାଲାଣ – ୬ ଗିରଫ ,୩ ଟ୍ରକ ଜବତ ପାଲଲହଡା – ବହୁ ଦିନରୁ ବନ୍ଦ ପଡିଥିବା ଲୁହାପଥର କ୍ରସରରୁ ରାତି ଅଧିଆ ଲୁହାପଥର ଗୁଣ୍ଡ ଚୋରା ଚାଲାଣ କରିବା ବେଳେ ପୁଲିସ ଚଢ଼ାଉ କରି ୬…