ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି । ସୂଚନା ଅନୁସାରେ , ଏକ ଟ୍ରକ(ଓଡି-୦୪ଏନ୍-୬୨୫୯) ଚୋରା କୋଇଲା ବୋଝେଇ କରି ତାଳଚେରରୁ ଯାଜପୁର ଆଡ଼କୁ ଯାଉଥିବା ସୂଚନା ପୁଲିସକୁ ମିଳିଥିଲା । ଏହି ଖବର ମିଳିବା ପରେ ପୁଲିସ ସଦଳବଳ ଟ୍ରକକୁ ଅଟକାଇଥିଲେ । ଗାଡିର କାଗଜପତ୍ର ଜାଞ୍ଚ ବେଳେ ଟ୍ରାଞ୍ଜିଟ ପରମିଟ ନକଲି ଥିବା ପୁଲିସ ଜାଣିବାକୁ ପାଇଲା । ଫଳରେ ପୁଲିସ ଟ୍ରକ୍ ଚାଳକ ଢ଼େଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳର ତରୁଣ ନାଏକକୁ ଅଟକ ରଖି ଅଧିକ ପଚରାଉଚୁରା କରିଥିଲା । ପଚରାଉଚୁରା ବେଳେ ତାଳଚେର ଭୁବନେଶ୍ବରୀ ଖଣିରୁ ଏହି କୋଇଲା ଆସିଥିବା ବେଳେ ଟ୍ରକ୍ ମାଲିକ ଯାଜପୁର ଜିଲ୍ଲା କଳିଙ୍ଗନଗରର ଅମିତାଭ ପଣ୍ଡାଙ୍କ ନିର୍ଦ୍ଦେଶରେ ତାଳଚେର ଅଞ୍ଚଳର ଶିବ ନାମକ ଜଣେ ବ୍ୟକ୍ତି ଏହି ଚୋରା କୋଇଲା ଚାଲାଣରେ ସହାୟତା କରିଥିଲେ ବୋଲି ଚାଳକ କହିଥିବା ପୁଲିସ ସୂଚନା ଦେଇଛି । ଟ୍ରକରେ ୩୧.୬୨୦ ଟନ୍ କୋଇଲା ଥିବା ବେଳେ ଚୋରା କୋଇଲା ଚାଲାଣ ଅଭିଯୋଗରେ ପୁଲିସ ଏକ ମାମଲା ରୁଜକରି ଟ୍ରକସହ କୋଇଲା ଜବତକରିଛି ଏବଂ ଟ୍ରକ୍ ଚାଳକ ତରୁଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
What’s your Reaction?
+1
+1
+1
+1
2
+1
4
+1
+1
2