ଅନୁଗୁଳ – ଚଳିତ ୨୦୨୫/୨୭ ବର୍ଷ ପାଇଁ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ସଂଘର ସମୁଦାୟ ୬୪୫ ଜଣ ଭୋଟର ଙ୍କ ମଧ୍ୟରୁ ୬୧୯ ଜଣ ସଦସ୍ୟ ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ। ଅପରାହ୍ନ ୫ ଟା ବେଳେ ଭୋଟ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହି ନିର୍ବାଚନ ରେ ସଭାପତି ଭାବେ ଅମରେଶ ଚନ୍ଦ୍ର ସ୍ୱାଇଁ ତାଙ୍କର ନିକଟ ତମ ପ୍ରଦିଦ୍ୱାନ୍ଦୀ ବିଭୂତି ପ୍ରସାଦ ଦାସ ଙ୍କ ଠାରୁ ୫୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ସେହିପରି ସାଧାରଣ ସମ୍ପାଦକ ଭାବେ ରଜତ କୁମାର ମହାପାତ୍ର ତାଙ୍କର ନିକଟ ତମ ପ୍ରତିଦ୍ବନ୍ଦୀ ଅକ୍ଷୟ କୁମାର ସାମନ୍ତଙ୍କ ଠାରୁ ୧୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ସେହିପରି ଉପ ସଭାପତି ୧ ଭାବେ ପ୍ରମୋଦ ପ୍ରଧାନ,ଉପ ସଭାପତି ୨ ଭାବେ ଅଶୋକ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ୧ ଭାବେ ମୋନଜ କୁମାର ଗୁପ୍ତା, ଯୁଗ୍ମ ସମ୍ପାଦକ ୨ ଭାବେ ସୂର୍ଯ୍ୟକାନ୍ତ ସାମନ୍ତ,ଯୁଗ୍ମ ସମ୍ପାଦକ ୩ ଭାବେ ପ୍ରମୋଦ କୁମାର ବ୍ରହ୍ମ,ଯୁଗ୍ମ ସମ୍ପାଦକ ୪ ଭାବେ ସୁଶିଲ କୁମାର ସାଇଁ ଏବଂ କୋଷାଧ୍ୟକ୍ଷ ଭାବେ ଗୌତମ ସାହୁ ବିଜୟ ଲାଭ କରିଛନ୍ତି। ଏହି ନିର୍ବାଚନ ରେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜିବି ପରମାନନ୍ଦ ମିଶ୍ର ଏବଂ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ। ୧୦ ତାରିଖ ଦିନ ସଂଘ କାର୍ଯ୍ୟାଳୟରେ ସକାଳ ୧୦ ଘଟିକା ସମୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ ପରମାନନ୍ଦ ମିଶ୍ର ସୁଚନା ଦେଇଛନ୍ତି।
ଟ୍ରକ ମାଲିକ ସଂଘ ନିର୍ବାଚନ-ଅମରେଶ ସଭାପତି,ରଜତ ସାଧାରଣ ସମ୍ପାଦକ
