ମୁଖ୍ୟ ଖବର ଟ୍ରକ – ପିକଅପ ମୁହାଁମୁହିଁ ଧକ୍କା – ଜଣେ ମୃତ ,ଜଣେ ଗୁରୁତର Angul OnlineOctober 30, 2021October 30, 2021 ଛେଣ୍ଡିପଦା – ଅନୁଗୁଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡା ଥାନା ଅନ୍ତର୍ଗତ ଲକ୍ଷ୍ମିଧରପୁର ନିକଟରେ ଏକ ଟ୍ରକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି । ମୃତ ଡ୍ରାଇଭର ଜଣକ ହେଲେ ଜଗତସିଂହପୁର ଜିଲ୍ଲା ଏରୋଡା ଗ୍ରାମର ଅଜୟ କୁମାର ସ୍ୱାଇଁ ଓ ଗୁରୁତର ହେଲପର ଜଣଙ୍କ ବାପୁନି ଦାଶ ବୋଲି ଜଣାପଡିଛି । ସୂଚନା ଅନୁସାରେ ଜଗତସିଂହପୁର ଅଞ୍ଚଳର ଏକ ପିକଅପ ଭ୍ୟାନ ସମ୍ବଲପୁର ଅଞ୍ଚଳରୁ ପନିପରିବା ନେଇ ୫୫ ନଂ ଜାତୀୟ ରାଜପଥରେ ଅନୁଗୁଳ ଆସୁଥିବା ବେଳେ ଅନୁଗୁଳରୁ ସମ୍ବଲପୁର ଯାଉଥିବା ଟ୍ରକ ସହିତ ଜେରେଙ୍ଗ ଦେହୁରୀସାହିର ଲକ୍ଷ୍ମିଧରପୁର ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପିକଅପ ଚାଳକ ଅଜୟ କୁମାର ସ୍ୱାଇଁଙ୍କର ମୃତ୍ୟୁ ହୋଇଥିବା ବେଳେ ଖଲାସି ବାପୁନି ଦାଶ ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକମାନେ ଜରପଡା ପୁଲିସକୁ ଖବର ଦେବା ସହିତ ଗୁରୁତର ବାପୁନିଙ୍କୁ ଉଦ୍ଧାରକରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଖବର ପାଇ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି । Advertisement
ରେଳ ଯୋଗେ ଗଞ୍ଜେଇ ଚାଲାଣ ପାଇଁ ଜଗିଥିବା ବେଳେ କାବୁ କରିନେଲା ପୁଲିସ – ଦାମିକା ଗାଡି ଜବତ , ଜଣେ ଗିରଫ ଅନୁଗୁଳ – ଦାମୀ ଗାଡ଼ିରେ ଗଞ୍ଜେଇ ରଖି ଟ୍ରେନ୍ ଯୋଗେ ବାହାରକୁ ଚାଲାଣ କରିବାକୁ ଚାହିଁ ରହି ଥିବା ବେଳେ କାବୁ କରିନେଲା ପୁଲିସ । ଆଉ…
ନକଲି ବନ୍ଧୁକ ଦେଖାଇ ଆତଙ୍କ ରଚିଲା ପ୍ରେମିକ – ଥାନାରେ ଅଟକ ଅନୁଗୁଳ – ପ୍ରେମିକାର ବାହାଘର ଖବର ପାଇ ରହି ପାରିଲା ନାହିଁ ପ୍ରେମିକ । ଆଉ ପ୍ରେମିକାର ବାହାଘରରେ ପହଞ୍ଚି ଯାଇ ଆରମ୍ଭ କରି ଦେଇଥିଲା ଗଣ୍ଡଗୋଳ…
ସରୁନି ତାଳଚେର ସାର କାରଖାନା କାମ – ଦୁଇଦୁଇ ଥର କଣ୍ଟ ବଢ଼ାଇଲେଣି ସରକାର ତାଳଚେର – ତାଳଚେର ସାର କାରଖାନାର ଶିଳାନ୍ୟାସକୁ ୫ ବର୍ଷ ପୂରିଲା , ହେଲେ ବି କାମ ସରୁ ନାହିଁ କି ଆସନ୍ତା ଏକ ବର୍ଷ ଭିତରେ…