ଅପରାଧ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ Angul OnlineNovember 8, 2024November 8, 2024 ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ (ପୋକସୋ) । ସୂଚନା ଅନୁସାରେ ହଣ୍ଡପା ଥାନା ଅଞ୍ଚଳରେ ଟ୍ୟୁସନ ସାର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ୧୩ଜୁନ ୨୦୨୨ରେ ପିଡ଼ିତାଙ୍କ ବାପା ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ନାବାଳିକା ଜଣଙ୍କ ବାସୁଦେବ ରଥ ନାମକ ଜଣେ ଟ୍ଯୁସନ ସାରଙ୍କ ପାଖକୁ ଟ୍ୟୁସନ ଯାଉଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ନାବାଳିକା ଜଣଙ୍କୁ ସେ ତାଙ୍କ ଘର ବାରଣ୍ଡାରେ ଟ୍ୟୁସନ ପଢାଉଥିଲେ । ତେବେ ଖାତା ଦେଖିବା ବାହାନାରେ ନାବାଳିକାଙ୍କୁ ବାସୁଦେବ ଘର ଭିତରକୁ ଡାକିନେଇ ଦୁଷ୍କର୍ମ କରିଥିଲେ । ବାରମ୍ବାର ଏଭଳି ଘଟିବାରୁ ନାବାଳିକା ଜଣଙ୍କ ଆଉ ଟ୍ଯୁସନ ଯିବା ପାଇଁ ରାଜି ହୋଇ ନଥିଲେ । ଘର ଲୋକ ବାରମ୍ବାର ପଚାରିବାରୁ ନାବାଳିକା ସମସ୍ତ କଥା ପରିବାର ଲୋକଙ୍କ ଆଗରେ ବଖାଣିଥିଲେ । ଏ ସମ୍ପର୍କରେ ନାବାଳିକାଙ୍କ ବାପା ବାସୁଦେବଙ୍କୁ ପଚାରିବାରୁ ବାସୁଦେବ ଏକ ଶାବଳ ଧରି ନାବାଳିକାଙ୍କ ବାପାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ । ପରେ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ମୋଟ ୨୪ ଜଣ ସାକ୍ଷୀଙ୍କ ସାକ୍ଷ ଓ ପ୍ରମାଣ ଆଧାରରେ ଅନୁଗୁଳ ଜିଲ୍ଲା ଜଜ (ପୋକସୋ) ସୌମ୍ୟା ପ୍ରିୟଦର୍ଶିନୀ ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେଶିଆଲ ପିପି ସରୋଜା କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ । Advertisement
ଏଟିଏମରୁ ନେଇ ପାରିଲେ ନାହିଁ ଟଙ୍କା – ନେଇଗଲେ ବ୍ୟାଟେରୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ଥିବା ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଚୋରୀ ଉଦ୍ୟମ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି…
୧୩୫ ଗ୍ରାମ ବ୍ରାଉନସୁଗାର ଜବତ – ବାପ ପୁଅ ସମେତ ତିନି ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…
ବ୍ରାଉନସୁଗାର ଜବତ – ଦୁଇ ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଇଲାକାରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ନାଲକୋନଗର ଥାନା ପୁଲିସ ଆଜି କୁଲାଡ଼ ଗାଁରେ ଚଢାଉ କରି…