ଆଞ୍ଚଳିକ ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ – ଆତଙ୍କିତ ସ୍ଥାନୀୟ ଲୋକେ Angul OnlineFebruary 16, 2024February 16, 2024 ଛେଣ୍ଡିପଦା – ଗାଁ ନିକଟରେ ବୁଲୁଛି କ୍ଷତାକ୍ତ ଦନ୍ତା ହାତୀ । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକେ । ଗତ ଦୁଇ ଦିନ ହେଲା ଛେଣ୍ଡିପଦା ବନାଞ୍ଚଳ ବାଗଡ଼ିଆ ଅଂଚଳରେ ଏକ ଗୋଠଛଡ଼ା ଦନ୍ତା ହାତୀ ବୁଲୁଥିବା ବେଳେ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଆଜି(ଶୁକ୍ରବାର୍)ଏହି ହାତୀଟି ଟାଙ୍ଗିରୀ ପଞ୍ଚାୟତର ପୁରୁଣାଗଡ଼ ଅଞ୍ଚଳର ରାସ୍ତା କଡରେ ସକାଳୁ ବୁଲୁଛି । ଫଳରେ ସେହି ରାସ୍ତାରେ ଯିବା ଆସିବା କରିବାକୁ ମଧ୍ୟ ଲୋକ ଭୟ କରୁଛନ୍ତି । ତେବେ ହାତୀଟିର ମୁଣ୍ଡରେ ଏକ ଗଭୀର କ୍ଷତ ଦେଖା ଯାଇଛି । ସେହି କ୍ଷତରୁ ରକ୍ତ ଝରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଦୁଇଦିନ ହେଲା ଏଭଳି ଅବସ୍ଥାରେ ହାତୀଟି ବୁଲୁଥିବା ବେଳେ ବନ ବିଭାଗର ତଳିଆ କର୍ମଚାରୀ ମାନେ କେବଳ ଜଗି ରହିଥିଲେ । ଖବର ପାଇ ପରେ ବନ ବିଭାଗ ଅଧିକାରୀ ମାନେ ପହଞ୍ଚି ହାତୀର କ୍ଷତ ଥିବା ବରିଷ୍ଠ ଅଧିକାରିଙ୍କୁ ସୁଚନା ଦେଇଥିଲେ । ସୁଚନା ପାଇ ଅନୁଗୁଳରୁ ଏକ ଡାକ୍ତରୀ ଟିମ ଏବଂ ଟ୍ରାଙ୍କୁଲାଇଜ ଟିମ ପହଞ୍ଚିଥିଲା । ତେବେ ସଂଧ୍ଯା ସୁଧା ହାତୀ ଉପରେ କେବଳ ନଜର ରଖା ଯାଇଥିଲା । ବନ ବିଭାଗ କହିବା କଥା ପରିସ୍ଥିତି ଉପରେ ନଜର ରଖା ଯାଇଛି । ଆବଶ୍ଯକ ପଡିଲେ ଟ୍ରାଙ୍କୁଲାଇଜ କରି ଚିକିତ୍ସା ପାଇଁ ବ୍ଯବସ୍ଥା କରାଯିବ । ତେବେ କ୍ଷତାକ୍ତ ହାତୀର ଚିକିତ୍ସା ନ କଲେ ସେ ଆହୁରି ଭୟଙ୍କର ହୋଇପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କିତ ଅବସ୍ଥାରେ ଅଛନ୍ତି । Advertisement
କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କ ତାଳଚେର ଗସ୍ତ ତାଳଚେର – ଭାରତ ସରକାରଙ୍କର କେନ୍ଦ୍ର ସାର ଓ ରସାୟନ ତଥା ନବୀକରଣୀୟ ଉର୍ଜ୍ଜା ବିଭାଗର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଦୁଇଦିନିଆ ଅନୁଗୁଳ ଜିଲ୍ଲା ତାଳଚେର…
ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ…
ଜଙ୍ଗଲରେ ପଡିଛି ନିଶାଗ୍ରସ୍ତ ହାତୀ ! ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ପଡି ରହିଛି ଅସୁସ୍ଥ ହାତୀ । ଅଭୟାରଣ୍ୟର ବଦଜୁକୁବୁ ଜଙ୍ଗଲରେ ଏହି ହାତୀଟି ଦୁଇ ଦିନ ହେଲା…