ଅପରାଧ ଓଟିପି ମାଗି ୨୫ ହଜାର ଲୁଟିନେଲେ Angul OnlineJuly 19, 2022July 19, 2022 ତାଳଚେର – ଅନୁଗୁଳ ଜିଲ୍ଲାରେ ସାଇବର ଠକ ମାନେ ଜଣଙ୍କ ପରେ ଜଣଙ୍କୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ଜାଲରେ ଫସାଇ ଚାଲିଛନ୍ତି । ପ୍ରାୟ ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି କେଉଁଠି ସାଇବର ଲୁଟେରା ମାନେ ଟଙ୍କା ଠକି ନେଉଥିବାର ଅଭିଯୋଗ ହେଉଛି । ଗତକାଲି ତାଳଚେର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଠକ ମାନେ ୨୫ ହଜାର ଟଙ୍କା ଲୁଟିଆ ନେଇଥିବା ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତାଳଚେର ଭରତପୁରର ଏକ କ୍ଵାଟରରେ ରହୁଥିବା କ୍ଷୀରୋଦ ଚନ୍ଦ୍ର ସାହୁ (୫୨) ନାମକ ଜଣେ ବ୍ୟକ୍ତିଙ୍କର ୟୁକୋ ବ୍ୟାଙ୍କରେ ଆକାଉଣ୍ଟ ରହିଛି । ଗତକାଲି ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଅଜଣା ବ୍ୟକ୍ତି ଜଣଙ୍କ ନିଜକୁ ବ୍ୟାଙ୍କର କର୍ମଚାରୀ କହିବା ସହ କ୍ଷୀରୋଦଙ୍କ ନିକଟକୁ ଯାଇଥିବା ଏକ ଓଟିପି ମାଗିଥିଲା । କ୍ଷୀରୋଦ ବ୍ୟାଙ୍କ କର୍ମଚାରୀ ଭାବି ତାଙ୍କୁ ଓଟିପି ଦେଇଦେବାର କିଛି କ୍ଷଣ ପରେ ତାଙ୍କ ଆକାଉଣ୍ଟରୁ ୨୦ ହାଜରା ୨୧୮ ଟଙ୍କା କାଟି ଯାଇଥିଲା । ଏହାର ଆଉ କିଛି ସମୟ ପରେ ପୁଣି ୫ ହଜାର ୫୫ ଟଙ୍କା କଟି ଯାଇଥିବା କ୍ଷୀରୋଦଙ୍କ ମୋବାଇଲକୁ ମେସେଜ ଆସିଥିଲା । ଏହାପରେ କ୍ଷୀରୋଦ ଠକାମିରେ ପଡି ଯାଇଥିବା ଜାଣି ବ୍ୟାଙ୍କରେ ଜଣାଇବା ସହ ବିକ୍ରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କେସ ନମ୍ବର ୧୮୭/୨୨ ରେ ଦଫା ୪୧୯ , ୪୨୦ ଓ ଆଇପିସି ଧାରା ୬୬ ଆଇଟି ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । Advertisement
ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ-ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ବଡଯୋରା ନାଳ ଅବବାହିକାରେ ଚଢାଉ…
ବ୍ରାଉନସୁଗାର ଜବତ – ସୁନୀଲ ସେଠୀ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଳିୟାରୀ ପୁଲିସ ହାଣ୍ଡିଧୂଆଁ ନିକଟରୁ ଜଣଙ୍କୁ ଗିରଫ କରିବା ସହ ତା ନିକଟରୁ ୨୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ…
ଶିକାରୀ ହେଲା ଶିକାର – ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଶିକାରୀର ମୃତ୍ୟୁ ଅନୁଗୁଳ – ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅଞ୍ଚଳରେ ଆଜି ଜଣେ ଶିକାରୀ ନିଜେ ଶିକାର ହୋଇଥିବା ଜଣା ପଡିଛି । ଶିକାରୀ ଜଣଙ୍କ ବିଦ୍ୟୁତ ତାର…