ଗଞ୍ଜା ଲଢେଇ କରି ତିନି ଗିରଫ

ଅନୁଗୁଳ – ଗଞ୍ଜା ଲଢେଇ ବେଳେ ପୁଲିସ ଚଢାଉ କରି ଗଞ୍ଜା ଓ ବୋଦା ଓ ବାଜିରେ ଲାଗିଥିବା ଟଙ୍କା ଜବତ କରିବା ସହ ତିନି ଜନଙ୍କଉ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୁଳ ଥାନା ପୂଲିସ ସ୍ଟାଫ୍ ଟାଉନ ଏରିୟାରେ ସନ୍ଧ୍ୟା ପେଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଗୋପୀନାଥପୁର ପାଇକଢିପସାହିର ଅନ୍ଧମୁକ ସ୍କୁଲ ପାଖରେ ଥିବା ପଡିଆରେ ଚଢାଉ କରିଥିଲେ । ସେଠାରେ ଗଞ୍ଜା ଲଢେଇ କରି ଟଙ୍କା ବାଜି ଲଗାଇ ଜୁଆ ଖେଳ ହେଉଥିବାର ଦେଖି ଜୁଆ ଖେଳୁଥିବା ତିନି ଜଣ ଲୋକଙ୍କୁ କାବୁ କରି ନେଇଥିଲେ ପୁଲିସ । ଜୁଆ ଖେଳିବା ଅପରାଧରେ ସେମାନଙ୍କୁ ପରେ ଗିରଫ କରି କୋର୍ଟ ଚଲାଣ କରା ଯାଇଛି । ଗିରଫ ବ୍ୟକ୍ତି ମାନେ ହେଲେ ଗୋପୀନାଥପୁରର ରାମ ସାହୁ , ସୁନ୍ଦରଗଡ ଜିଲ୍ଲାର ଦୁବରାଜ ସାହୁ ଓ ନାଲକୋ ସିପିପି ଟାଙ୍କି ହଟିଙ୍ଗରେ ରହୁଥିବା ଶିଦୁ ବିରୁଆ । ସେମାନଙ୍କ ନିକଟରୁ ଗୋଟିଏ ମୋଟରସାଇକଲ , ଦୁଇଟି ଗଞ୍ଜା , ଗୋଟିଏ ବୋଦା ସହ ୬୬ ହଜାର ୬୭୦ ଟଙ୍କା ଜବତ କରା ଯାଇଛି ।

Advertisement

Leave a Reply

Your email address will not be published. Required fields are marked *