ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୨ ଗିରଫ

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୨ ଗିରଫ

ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ବନାଞ୍ଚଳରେ ଥିବା ସହରଗୁରୁଜାଙ୍ଗ ଜଙ୍ଗଲରେ ନିଆଁ ଲାଗଉଥିବା ବେଳେ ୨ଜଣଙ୍କୁ ବନ ବିଭାଗ ଗିରଫ କରିଛି । ସୂଚନା ଅନୁସାରେ ଏହି ଦୁଇ ଦୁର୍ବୃତ୍ତ ହେଲେ କରଡ଼ାପାଳ ପଞ୍ଚାୟତ ଅନ୍ତର୍ଗତ ନାଥପସି ଗ୍ରାମର ବିଦ୍ୟାଧର ବିରୁଆ ଓ ମଙ୍ଗଳ ବେହେରା ଉଭୟ ଜଙ୍ଗଲରେ ନିଆଁ ଲଗାଇବା ସମୟରେ ଫରେଷ୍ଟର ସୁଧୀର କୁମାର ବେହେରା , ଗାର୍ଡ ବିକ୍ରମ ବିଶି ଓ ପାର ଷ୍ଟାଫ ପହଞ୍ଚି ଦୁଇ ଦୁର୍ବୃତ୍ତଙ୍କୁ କାବୁ କରି ନେଇଥିଲେ । ଉଭୟଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply