ଅପରାଧ ଗଞ୍ଜେଇ ସହ ଦୁଇ ଗିରଫ Angul OnlineSeptember 21, 2022September 21, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଏକ ପିକଅପ ଭ୍ୟାନ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ କିଶୋରନଗର ତୁରୁଡ଼ା ଗାଁର ରାକେଶ ବେହେରା ଓ ଅକ୍ଷୟ କୁମାର ବେହେରା ନାମକ ଦୁଇ ଜଣ ବ୍ୟକ୍ତି ବେପାର ଉଦ୍ୟେଶରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ । ଗିରଫ ରାକେଶ ଓ ଅକ୍ଷୟଙ୍କୁ କୋର୍ଟ ଚାଲାଣ କରାଯାଇଛି । Advertisement
୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ପୁଲିସ – ଟଙ୍କା ଓ ମାରଣାସ୍ତ୍ର ଜବତ ଅନୁଗୁଳ – ଅନୁଗୁଳ ପୁଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ୍ । ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଏହି ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ…
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…
୧୭ ଗ୍ରାମ ବ୍ରାଉନସୁଗାର ଜବତ – ୫ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ପୁଲିସ ଆଜି ଦୁଇଟି ଭିନ୍ନ ଭିନ୍ନ ଜାଗାରୁ ପ୍ରାୟ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ…