ଦୁଇ ଡକାୟତି ଉଦ୍ୟମ ପଣ୍ଡ – ଆଠ ଗିରଫ

ଦୁଇ ଡକାୟତି ଉଦ୍ୟମ ପଣ୍ଡ – ଆଠ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଓ ଅନୁଗୁଳ ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇଟି ଡକାୟତ ଗ୍ୟାଙ୍ଗକୁ ପୁଲିସ କାବୁ କରିବାରେ ସଫଳ ହୋଇଛି ଏହା ସହ ସେମାନଙ୍କ ଠାରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ମଧ୍ୟ ଜବତ କରା ଯାଇଛି ସୂଚନା ଅନୁସାରେ ତାଳଚେର କୋଲିୟାରୀ ଥାନାର ଏଏସଆଇ ସଞ୍ଜୟ କୁମାର ନାୟକ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ହେଁସମୂଳ ଗାଁରେ ବନ୍ଦ ହୋଇ ପଡିଥିବା ଏକ ଅଙ୍ଗନବାଡି କେନ୍ଦ୍ରରେ କିଛି ଅସମାଜିକ ଯୁବକ ମାରଣାସ୍ତ୍ର ଧରି କିଛି ଯୋଜନା କରୁଥିବା ସୂଚନା ପାଇଥିଲେ ଏ ହି ସୂଚନା ପାଇବା ପରେ ସେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇବା ସହ ସେଠାରେ ଚଢାଉ କରିଥିଲେ ରାତି ପ୍ରାୟ ୨ ଟାରେ ଚଢାଉ ସମୟରେ ସେଠାରେ ୫ ଜଣ କିଛି ଯୋଜନା କରୁଥିବା ବେଳେ ପୁଲିସକୁ ଦେଖି ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲେ ତେବେ ପୁଲିସ ସେମାନଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲା ସେମାନଙ୍କୁ ଯାଞ୍ଚ ବେଳେ ସେଆମାନଙ୍କ ନିକଟରୁ ଏକ ବନ୍ଧୁକ , ଏକ ଭୁଜାଲି , ଦୁଇଟି ଲୁହା ରଡ , ମଦବୋତଲ ସମେତ ଏକ ପଲସର ମୋଟରସାଇକେଲ ଜବତ ହୋଇଥିଲା ପଚରାଉଚୁରା ବେଳେ ସେମାନେ ବଲଣ୍ଡା ଅଞ୍ଚଳରେ ଡକାୟତି କରିବାକୁ ଯୋଜନା କରୁଥିବା ମାନି ଯାଇଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ତାଳଚେର କୋଲିୟାରି ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାନଲା କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭଞ୍ଜ କଲୋନୀର ବଳରାମ ସାଇନ , ଗୋବରା ଗାଁର ଭୀମ ବେହେରା , ଘଣ୍ଟପଡା ଗାଁର ହିମାଂଶୁ ଦାସ , ବୁଧୁ ବେହରା ଏବଂ ଢେଙ୍କାନାଳ ଜିଲା କଲଡା ଗାଁର ବୃନ୍ଦାବନ ସାହୁ ବୋଲି ଜଣା ପଡିଛି ସେହିପରି ଅନୁଗୁଳ ଥାନା ପୁଲିସ ମଧ୍ୟ ମଧ୍ୟ ଏକ ଡକାୟତି ଯୋଜନା ପଣ୍ଡ କରିଥିବା ବେଳେ ୩ ଜଣ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି ସୂଚନା ଅନୁସାରେ ଅନୁଗୁଳ ଥାନା ଏସଆଇ ଅବଦୁଲ ୱାସିମ ଖାନ ପେଟ୍ରୋଲିଂ କରୁଥିବା ବେଳେ ଶିକ୍ଷକପଡା ସାଇ ମନ୍ଦିର ପଚାପ୍ଖ ପଡିଆରେ ୫ ରୁ ୬ ଜଣ ଯୁବକ ବସି କିଛି ଯୋଜନା କରୁଥିବା ଖବର ପାଇଥିଲେ ଖବର ପାଇ ସେ ସଦଳବଳ ଚଢାଉ କରିବା ବେଳେ ଘଟଣା ସ୍ଥଳରୁ ଘୁଞ୍ଚାପାଳ ଗାଁର ରାହୁଲ ନାଏକ , ରାଜକିଶୋରପଡାର ପ୍ରକାଶ ବେହେରା ଓ ହେମସୁରପଡାର ଶ୍ରୀକାନ୍ତ ଜେନାକୁ ଧରିବାରେ ସଫଳ ହୋଇଥିଲେ ଆଉ ଜଣେ ଯୁବକ ଫେରାର ହୋଇ ଯାଇଥିବା ବେଳେ ଗିରଫ ଯୁବକ ମାନଙ୍କ ଠାରୁ ଦୁଇଟି ମୋଟରସାଇକେଲ , ଗୋଟିଏ ତେଲେଙ୍ଗା କାତି , ଲୁହା ରଡ ଓ ଦୁଇଟି ମୋବାଇଲ ଜବତ କରା ଯାଇଥିଲା ପଚରାଉଚରା ବେଳେ ସେମାନେ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବାକୁ ଯୋଜନା କରୁଥିବା ମାନି ଯାଇଥିଲେ । ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।  

What’s your Reaction?
+1
1
+1
0
+1
0
+1
1
+1
6
+1
0
+1
1

Leave a Reply