ମୁଖ୍ୟ ଖବର ବଦଳିଲେ ଦୁଇ ବିଡ଼ିଓ Angul OnlineAugust 12, 2022August 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ହୋଇଛି । ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆଜି ରାଜ୍ୟର ବିଭିନ୍ନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ନିର୍ଦେଶ ଦିଆ ଯାଇଥିବା ବେଳେ ଏଥିରେ ଅନୁଗୁଳ ଓ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବଦଳି ବଦଳି ନିର୍ଦେଶ ମଧ୍ୟ ଦିଆ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସନ୍ଧ୍ୟାଞ୍ଜଳି ମାଝୀଙ୍କୁ କାମାକ୍ଷାନଗର ତହସିଲଦାର ଭାବେ ବଦଳି କରାଯାଇ ଥିବା ବେଳେ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ ସାହୁଙ୍କୁ ପୁରୁଷତ୍ତମପୁର ତହସିଲଦାର ଭାବେ ବଦଳି କରା ଯାଇଛି । ଧର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରାଙ୍କୁ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି କରା ଯାଇଛି । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକ୍ରାଙ୍କୁ ଆଠମଲ୍ଲିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ବଦଳି କରା ଯାଇଛି । ସେହିଭଳି ଓଡାପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ଜେନାଙ୍କୁ ତାଳଚେର ତହସିଲଦାର ଭାବେ ବଦଳି କରା ଯାଇଛି । Advertisement
ଡ୍ରଗ୍ସ ମୁକ୍ତ ଅନୁଗୁଳ ଉପରେ ନୁଆଁ ଏସ.ପି.ଙ୍କ ଗୁରୁତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ଏସ.ପି. ଭାବେ ଯୋଗ ଦେଇଛନ୍ତି ଶୁଧାଂଶୁ ଶେଖର ମିଶ୍ର । ଏହାପରେ ଜିଲ୍ଲାର ବରିଷ୍ଠ…
ଟ୍ରକ ଧକ୍କାରେ ବୃଦ୍ଧା ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ଗ୍ରାମ ପଞ୍ଚାୟତ ରଙ୍କାସିଙ୍ଗା ଗ୍ରାମରେ ଟ୍ରକ୍ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ…
ବୃଦ୍ଧା ମା’ଙ୍କୁ ମାଡ ମାରି ଗିରଫ ହେଲେ ଅବସରପ୍ରାପ୍ତ ଶିକ୍ଷକ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁରେ ବୃଦ୍ଧା ମାଙ୍କୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ…