ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ କିରାଣୀ ଲାଞ୍ଚ ନେବା ମାମଲାରେ ଦୋଷୀ ସାବସ୍ତ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଡା ତହସିଲରେ ପୂର୍ବରୁ କାର୍ଯ୍ୟ କରୁଥିବା ରିଟାୟର୍ଡ ସିନିୟର କ୍ଳର୍କ ନିରଞ୍ଜନ ଦେହୁରି ଓ ଅନୁଗୁଳ କଲେକ୍ଟର ଅଫିସରେ ସିନିୟର କ୍ଳର୍କ ଥିବା ଲମ୍ବୋଦର ବେହେରା ଛେଣ୍ଡିପଦା ତହସିଲ ଅଫିସରେ କାର୍ଯ୍ୟ କରୁଥିବା ବେଳେ ଏକ ମ୍ୟୁଟେସନ୍ କେସ୍ ର ଚୂଡାନ୍ତକରଣ ଏବଂ ପଟା ହସ୍ତାନ୍ତର ପାଇଁଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଏହାର ବିଚାର କରି ମାନ୍ୟବର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
What’s your Reaction?
+1
1
+1
+1
+1
+1
4
+1
+1