ମୁଖ୍ୟ ଖବର ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ Angul OnlineNovember 30, 2023November 30, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବାଲିଆମ୍ବ ଗାଁରେ ଅଘଟଣ । ବାଲିରେ ପୋତି ହୋଇ ଦୁଇ ଶିଶୁ ମୃତ । ମୃତ ଦୁଇ ଶିଶୁ ହେଲେ କାଳିଆ ବେହେରାଙ୍କ ପୁଅ ବାଦଲ ବେହେରା ଓ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ଜୟନ୍ତ ପ୍ରଧାନ । ଉଭୟଙ୍କ ବୟସ 9 ବର୍ଷ ବୋଲି ଜଣାପଡିଛି । ସୂଚନା ଅନୁସାରେ ଉଭୟ ଶିଶୁ ନାଳକୁ ଯାଇଥିଲେ । ତେବେ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ସନ୍ଧ୍ୟାରେ ଉଭୟଙ୍କ ଗୋଡ଼ ଗାଁ ମୁଣ୍ଡ ନାଳର ବାଲିରେ ଦେଖା ଯାଇଥିଲା । ବାଲି ଖୋଳି ଉଭୟଙ୍କୁ ଉଦ୍ଧାର କରା ଯାଇଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା । ବାଲିରେ ଗଲା ବେଳେ ବାଲି ଗଦା ଧସି ଯିବାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ବିପର୍ଯ୍ୟସ୍ତ ଅବସ୍ଥାରେ ୭୧ବର୍ଷର ପୌରପାଳିକା – ଝାଡୁ ମାରିଲେ ପୌରାଧ୍ୟକ୍ଷ ତାଳଚେର – ୭୧ବର୍ଷରେ ପାଦ ଥାପିଛି ତାଳଚେର ପୌରପରିଷଦ । ତେବେ ୭୧ବର୍ଷ ପୁରି ଯାଇଥିଲେ ମଧ୍ୟ ପୌରପରିଷଦର ୨୧ଗୋଟି ୱାର୍ଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ…
ବଦଳିଲେ ଥାନା ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଥାନା ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ୪ ଜଣ ଇନ୍ସିପେକ୍ଟରଙ୍କୁ…
ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ଗୋଡ଼ାଇ ମାରିଲା ହାତୀ ୩୦ ରୁ ଅଧିକ ହାତୀ ଗତ ଦୁଇ ମାସ ହେଲା ଅନୁଗୁଳ ସହର ଉପଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲେ । ସେଥିରୁ ଗୋଠଛଡ଼ା…