ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା

ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା

ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଧେଶ କ୍ରମେ ଅନୁଗୁଳ ପୌରାଞ୍ଚଳର ପୂର୍ବତନ ପୌରାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ରାଉତ ଓ ଛେଣ୍ଡିପଦା ବ୍ଲକର ପୂର୍ବତନ ସଭାପତି ଶ୍ରୀ ଅଜିତ କୁମାର ପ୍ରଧାନଙ୍କୁ ଦଳରୁ ନିଲମ୍ବନ କରା ଯାଇଛି ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସୂଚନା ଅନୁସାରେ ଉଭୟ ଅନେକ ଦିନ ହେଲା ଦଳ ବିରୋଧୀ କାର୍ଯ୍ୟ କରି ଆସୁଥିଲେ ଏଥିପାଇଁ ତାଙ୍କୁ କଂଗ୍ରେସ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରା ଯାଇଛି । ଆଗାମୀ ଦିନରେ ଅନୁଗୁଳ କଂଗ୍ରେସକୁ ମଜଭୁତ କରିବାକୁ ଏଭଳି ପଦକ୍ଷେପକୁ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ , କାର୍ଯ୍ୟକର୍ତ୍ତା ଓ କର୍ମୀ ସ୍ୱାଗତ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply