ମୁଖ୍ୟ ଖବର ବସ ପଛରେ ବାଡେଇ ହୋଇ ଦୁଇ ମୃତ Angul OnlineNovember 25, 2022November 25, 2022 ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ ଏକ ବସ ପଛରେ ଏକ ମୋଟରସାଇକେଲ ବାଡେଇ ହେବା ଫଳରେ ଦୁଇ ମୋଟରସାଇକେଲ ଆରୋହି ଗୁରୁତର ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଏବଂ ଅନ୍ୟ ଜଣଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକ ଦୁଇଜଣ ହେଲେ ଶିବ କୁମାର ରାଉଳ ଓ ସୂର୍ଯ୍ୟ କୁମାର ରାଉତ । ଉଭୟ ମେଡ଼ିସିନ ରିପ୍ରେଜେଣ୍ଟିଭ ହୋଇଥିବା ବେଳେ ପାଲଲହଡା ଅଞ୍ଚଳରୁ କାମ ସାରି ଦିନ ପ୍ରାୟ ୧୧.୩୦ ବେଳେ ଖମାର ଆଡ଼କୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । Advertisement
ବାପା-ମାଙ୍କ ତ୍ୟାଗ ତାଙ୍କୁ ସଫଳତା ଦେଇଛି – ଓଜେଏସରେ ଓଡିଶା ଟପ୍ପର ଅନୁଗୁଳର ଝିଅ ଅଦ୍ୟଶା ଅନୁଗୁଳ – ପ୍ରକାଶ ପାଇଲା ୨୦୨୧ ମସିହାର ଓଜେଏସ ରେଜଲ୍ଟ । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଅନୁଗୁଳର ଝିଅ ଆଦ୍ୟାଶା…
ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା…
ଆମ୍ବୁଲାନ୍ସ ନ ଆସିବାରୁ ମୋଟରସାଇକେଲରେ ବୁହା ହୋଇ ଆସିଲା ମୃତଦେହ ଅନୁଗୁଳ – ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲା । ଶିଳ୍ପ ଓ ଖଣି ଯୋଗୁଁ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ଏହି ଜିଲ୍ଲାରୁ ଯାଉଛି ।…