ମୁଖ୍ୟ ଖବର ଦୂର୍ଘଟଣାରେ ଦୁଇ ମୃତ Angul OnlineFebruary 13, 2024February 13, 2024 ଅନୁଗୁଳ – ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମ୍ୟ ରାସ୍ତାରେ ଟ୍ରକ ଧକ୍କାରେ ଦୁଇଜଣ ମୋଟରସାଇକେଲ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃଲକ ମାନେ ହେଲେ ଚଉରିଡିହ ଗ୍ରାମର ନଦିଆ ସାହୁଙ୍କ ପୁଅ ଚିତ୍ତରଞ୍ଜନ ସାହୁ ଓ ନୂଆହତା ଗ୍ରାମର ଶ୍ରୀକାନ୍ତ ସାମଲଙ୍କ ପୁଅ ଆଶିଷ ସାମଲ ବୋଲି ଜଣା ପଡିଛି । ଉଭୟ ଅପରାହ୍ନ ଦୁଇଟା ପରେ ଏକ ଘରୋଇ କମ୍ପାନୀରୁ କାମ ସାରି ଜିଏମଆର ରାସ୍ତାରେ ମୋଟରସାଇକେଲ ଯୋଗେ ଘରକୁ ଫେରୁଥିଲେ । କଣ୍ଟାବଣିଆ ଥାନା ନିକଟ ଅଞ୍ଚଳରେ ଏକ ପାଉଁଶ ବୋଝେଇ ହାଇଓ୍ବା ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥାଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । କଣ୍ଟାବଣିଆ ଥାନା ପୁଲିସ ପହଞ୍ଚି ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ଅନୁଗୁଳ ମୂଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । Advertisement
ଅନୁଗୁଳ ମାଟି , ସଂଗ୍ରାମର ମାଟି – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ ପରିସରରେ କରୋନା କଟକଣା ମଧ୍ୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ…
ଆମ୍ବତୋଟାରୁ ମହିଳାଙ୍କ ଗଳିତ ଶବ ଠାବ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁବେ ଗାଁର ବଡବନ୍ଧ ଆମ୍ବତୋଟାରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଶନିବାର ଠାବ କରାଯାଇଛି । ସୂଚନା…
ସୁନ୍ଦରୀର ଘରବାହୁଡ଼ା – ଯନ୍ତାରେ ଧରା ନ ଦେବାରୁ କରାଗଲା ଟ୍ରାଙ୍କୁଲାଇଜ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଦୀର୍ଘ ୩ ବର୍ଷ ହେବ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ…