ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଦୁର୍ଘଟଣାରେ ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ତାଳଚେର ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ପ୍ରତ୍ଯେକ ଦିନ ଏହି ଅଞ୍ଚଳରେ ଦୁର୍ଘଟଣା ଘଟି ଜନଜୀବନ ହାନି ହେଉଛି । ହେଲେ ମଧ୍ୟ ପଶାସନ ଏ ଦିଗରେ କୌଣସି ପଦକ୍ଷେପ ମେଉ ନଥିବା ଅଭିଯୋଗ ହେଉଛି ।
ଗୂବା ସକାଳେ ତାଳଚେର ଥର୍ମାଲ ଆନନ୍ଦ ବଜାର ଠାରେ ସାଇକେଲ ଆରୋହୀଙ୍କୁ ଏକ ଟ୍ରାକ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଳଚେର ମଣ୍ଡାପାଳ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଖୁଲୁଆ ଗ୍ରାମର ବିଦ୍ୟାଧର ମହାନ୍ତି । ସୂଚନା ଅନୁସାରେ ବିଦ୍ୟାଧର ହାଟ ସାରି ପରିବା ନେଇ ଘରକୁ ଫେରୁଥିବା ବେଳେ ଆନନ୍ଦବଜାର ଛକ ଠାରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ତାଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ତାଳଚେର ପୁଲିସ ପହଁଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।
ସେହିପରି ଅପରାହ୍ନରେ ଘଟିଛି ଆଉ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ମୋଟରସାଇକେଲ ଆରୋହୀ ଜଣଙ୍କ ହେଲେ ବଳରାମପ୍ରସାଦ ଗାଁର ଅମାନ୍ତ କୁମାର ସାହୁ ବୋଲି ଜଣା ପଡିଛି । ଥର୍ମାଲ ନୂଆଁପଡା ଠାରେ ଏହି ଦୁର୍ଘଟଣା ଘଟିଥିଲା । ମୋଟରସାଇକେଲ ଆରୋହୀଙ୍କ ମୁଣ୍ଡ ଉପରେ ଟ୍ରକ ଢକା ଦେଇ ଚଢ଼ି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ କ୍ଷତିପୂରଣ ଦାବିରେ ଚାପା ଉତେଜନା ସହ ଜାତୀୟ ରାଜପଥ କିଛି ସମୟ ଧରି ଅବରୋଧ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ପୁଲିସ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା ।