ମୁଖ୍ୟ ଖବର ଭିନ୍ନ ଭିନ୍ନ ଦୂର୍ଘଟଣାରେ ଦୁଇ ମୃତ Angul OnlineMarch 24, 2024March 24, 2024 ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଆରୟା ଢ଼ାବା ଠାରେ ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଲିଙ୍ଗିରାଯୋଡିର ଗୁଡିସାହିର ରଞ୍ଜିତ ପଟ୍ଟନାୟକ ମୋଟରସାଇକେଲ ଯୋଗେ କୁକୁଡାଙ୍ଗ ଅଞ୍ଚଳରୁ ଗୁଡିସାହି ଆସୁଥିବା ବେଳେ ତୁରଙ୍ଗ ଆରିୟା ଢ଼ାବା ସମ୍ମୁଖରେ ଏକ ମଇଁଷି ସହ ତାଙ୍କ ମୋଟରସାଇକେଲ ଧକ୍କା ହୋଇଥିଲା । ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘଟିଥିଲା । ତେବେ ଏହା ଦୂର୍ଘଟଣା ନୁହେଁ ବରଂ ତାଙ୍କୁ ହତ୍ୟା କରା ଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ସେହିପରି ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ଚନ୍ଦନପୁରର ଆନନ୍ଦ ଭୋଇ କୈାଣସି କାମରେ ବଡକେରା ଏକ ମୋଟରସାଇକେଲରେ ଆସୁଥିବା ବେଳେ ପୁରୁଣାଗଡ ହାଟ ଛକ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଆନନ୍ଦ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । Advertisement
ଡଙ୍ଗା ଓଲଟି ଜଣେ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଥିବା ରେଙ୍ଗାଳି ଡ୍ୟାମର ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ନିକଟସ୍ଥ କରତପଟା ଫରେଷ୍ଟ ବିଟ ସମ୍ମୁଖରେ ଆଜି ଭୋରରେ…
ଟ୍ରେନରେ କଟି ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଟ୍ରେନରେ କଟି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ହଣ୍ଡପା ଥାନା ସମ୍ବଲପୁର-ତାଳଚେର…