୨ ଦୁର୍ଦାନ୍ତ ଅପରାଧୀ ଗିରଫ

୨ ଦୁର୍ଦାନ୍ତ ଅପରାଧୀ ଗିରଫ

ତାଳଚେର – ଅନୁଗୁଳ ଜିଲ୍ଲାର ୨ ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଜିଲ୍ଲାର ଏନଟିପିସି ଥାନା ଅଞ୍ଚଳରେ କିଛି ଦିନ ହେବ ଟ୍ରକ୍ ଚାଳକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟୁପାଟ୍ କରିବା ସହ ଚାନ୍ଦା ଆଦାୟ କରିବା ଏବଂ ପୃଥକ ପୃଥକ ମାମଲାରେ ଏହି ୨ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ୨ ଜଣ ହେଲେ ଆମ୍ବପାଳ ଗ୍ରାମର ସରୋଜ ବେହେରା ଓ ବାବୁଲି ବେହେର । ସୂଚନା ଅନୁସାରେ ଗତ ୪ ଏପ୍ରିଲ ରାତିରେ  ଜଣେ ଟ୍ରକ୍ ଚାଳକ ନାରାୟଣ ସାହୁଙ୍କୁ ଆକ୍ରମଣ କରି  ୨ ହଜାର ଟଙ୍କା ଲୁଟ୍‌ କରି ଥିବାବେଳେ ଅନ୍ୟ ଏକ ଟ୍ରକ୍ ଚାଳକ ବିରଞ୍ଚିଙ୍କ  ହାତକୁ ଅଭିଯୁକ୍ତ ମାନେ ଛୁରୀରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ମାନଙ୍କ ନାଆଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ତାଙ୍କଠାରୁ ବ୍ୟବହୃତ ଛୁରୀ , ୨ଟି ମୋଟରସାଇକେଲ ଓ ମୋବାଇଲ ଜବତ କରି ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply