ସାତକୋଶିଆରେ ବିଦ୍ଯୁତ ଆଘାତରେ ଦୁଇ ହାତୀ ମୃତ – ଜେ.ଟି.ଏଫ୍.ର ତଦନ୍ତ

ସାତକୋଶିଆରେ ବିଦ୍ଯୁତ ଆଘାତରେ ଦୁଇ ହାତୀ ମୃତ – ଜେ.ଟି.ଏଫ୍.ର ତଦନ୍ତ

ଅନୁଗୁଳ – ବନ ବିଭାଗର ଅବହେଳା ପାଇଁ ପୁଣି ବଳି ପଡିଲେ ହାତୀ । ଗୋଟିଏ ନୁହେଁ ଏକାବେଳକେ ଦୁଇଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁ ମୁଖରେ ପଡିଲେ । ଚାରିଦିନ ଆଗରୁ ମରି ପଡି ଗନ୍ଧ ହୋଇଥିବା ବେଳେ ଦୈନଦିନ ପେଟ୍ରୋଲିଂ କରୁଥିବା କହୁଥିବା ବନ ବିଭାଗ ଆଜି ଯାଏ କିଭଳି ଜାଣି ପାରିଲା ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଘ ବଂଶ ଲୋପ ପାଇବା ପରେ ଏବେ  ହାତୀ ବଂଶର ସୁରକ୍ଷା ଚିନ୍ତା ସାତକୋଶିଆ ବନବିଭାଗକୁ ଘାରିଛି । ସାତକୋଶିଆର ହାତୀ ପଲ ଏବେ ଜନ ବସତି ମୁହାଁ ହୋଇଥିବା ଯୋଗୁଁ ଅନେକ ସମୟରେ ହାତୀ ମଣିଷ ଲଢେଇ ଲାଗି ରହୁଛି । ଏଭଳି ସ୍ଥିତିରେ ଆଜି ସାତକୋଶିଆ ଅଭୟାରଣ୍ୟ ଭିତରେ ଏକା ବେଳକେ ଦୁଇଟି ହାତୀର ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ଭିତରେ ଗୋଟିଏ ୧୫ ବର୍ଷିୟ ଦନ୍ତା ହାତୀ ଥିବା ବେଳେ ଅନ୍ୟଟି ୫ ବର୍ଷ ଛୋଟ ମାଈ ହାତୀ । ଅଭୟାରଣ୍ୟର ଟାଇଁସି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ଆଘାତରେ ଉଭୟ ହାତୀର ମୃତ୍ୟୁ ହୋଇଛି । ଜନ୍ତୁ ଶିକାର ପାଇଁ କେହି ଦୁର୍ବୃତ୍ତ କେବୁଲ ତାରକୁ କାଟି ସେଥିରେ ହୁକ ପକାଇ ଶିକାର ପାଇଁ ଜାଲ ବିଛାଇ ଥିଲା । ସେହି ଜାଲରେ ପଡି ଦୁଇ ହାତୀ ୪ ଦିନ ଆଗରୁ ମୃତ୍ୟୁ ମୁଖରେ ପଡ଼ିଥିବା ଜଣା ପଡିଛି । ଆଜି ସକାଳେ କିଛି ଗାଇ ଚରାଳି ହାତୀ ମରି ପଡିଥିବା ଦେଖି ବନ ବିଭାଗ୍କୁ ଖବର ଦେଇଥିଲେ । ହାତୀ ମୃତ୍ୟୁ ଖବର ପାଇବା ପରେ ଆଜି ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଦ୍ୟୁତ ବିଭାଗ , ଭୁବନେଶ୍ୱରର ଜଏଣ୍ଟ ଟାସ୍କଫୋର୍ସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଟିକିନିଖି ଜାଞ୍ଚ କରୁଛନ୍ତି । କେବୁଲ ସହାୟତାରେ ବିଦ୍ୟୁତ ତାର ଯାଇଥିବା ବେଳେ ଶିକାରି କିଭଳି ତାର ବିଛାଇଲେ ତାହା ସନ୍ଦେହ ଘେରରେ । ଏ ନେଇ ବିଦ୍ୟୁତ ବିଭାଗ ତଦନ୍ତ କରୁଛି । ତେବେ ମୁଖ୍ୟ ରାସ୍ତା ଠାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ହାତୀ ମରିଥିବା ବେଳେ ବନ ବିଭାଗ କିଭଳି ଜାଣି ପାରିଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନ ବିଭାଗ ଜଙ୍ଗଲରେ ପେଟ୍ରୋଲିଂ କରିବା , ୱାଚର ମାନଙ୍କୁ ନିଯୁକ୍ତି ଦେବା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ହାତୀ ମରିବାର ୪ ଦିନ ଯାଏ କିଭଳି ଜାଣି ପାରିଲା ନାହିଁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସାତକୋଶିଆ ବାସୀ । ଅନ୍ୟପଟେ ପେଟ୍ରୋଲିଂ କେବଳ ରାସ୍ତାରେ ହେଉଛି , ସେଥିପାଇଁ ଶିକାରୀ ମାନଙ୍କର ଜଙ୍ଗଲ ଭିତରେ ଅବାଧ ପ୍ରବେଶ ହେଉଛି ଆଉ ନିରୀହ ଜନ୍ତୁ ମାନଙ୍କ ଜୀବନ ଯାଉଛି ବୋଲି ମଧ୍ଯ ଅଭିଯୋଗ ହୋଇଛି । ଏ ନେଇ ସାତକୋଶିଆ ଡି ଏଫ ଓ ସରୋଜ କୁମାର ପଣ୍ଡାଙ୍କ କହିବା କଥା ସାତକୋଶିଆ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଯୋଗୁଁ ସବୁ ଏରିଆ ପେଟ୍ରୋଲିଂ ହୋଇ ପାରୁ ନାହିଁ । ତଥାପି କୌଣସି କର୍ମଚାରୀଙ୍କ ଅବହେଳା ଥିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply