ମୁଖ୍ୟ ଖବର ନଦୀରେ ଭାସିଗଲେ ଦୁଇ ସାଙ୍ଗ – ଜଣେ ଉଦ୍ଧାର , ଜଣେ ମୃତ Angul OnlineJanuary 25, 2022January 25, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଅଘଟଣ । ଭୋଜି କରିବାକୁ ନଦୀ ଘାଟକୁ ଆସିଥିବା ବେଳେ ଗାଧୋଉଥିବା ସମୟରେ ନଦୀରେ ଭାସିଗଲେ ଦୁଇ ସାଙ୍ଗ । ଜଣଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ମୃତ ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରିଥିଲେ । ମୃତକ ଜଣକ ହେଲେ ବିହାର ପାଟନା ଅଞ୍ଚଳର ଅଭିଷେକ ଆନନ୍ଦ । ସୂଚନା ଅନୁଯାୟୀ ଆଜି ତାଳଚେର କଙ୍କିଳି ଗ୍ରାମ ନଦୀ ଘାଟ ନିକଟକୁ ୭ ଜଣ ସାଙ୍ଗ ଭୋଜି କରିବାକୁ ଆସିଥିଲେ । ତାଙ୍କ ଭିତରୁ ଦୁଇ ଜଣ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ଭାସି ଯାଇଥିଲେ । ସେଥି ମଧ୍ୟରୁ ଜଣଙ୍କୁ ସାଙ୍ଗମାନେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ପାଣିର ପ୍ରଖର ସ୍ରୋତରେ ଭାସି ବୁଡି ଯାଇଥିଲେ । ବହୁ ସମୟ ଖୋଜାଖୋଜି ପରେ ଗ୍ରାମବାସୀ ମାନେ ମୃତ ଅବସ୍ଥାରେ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ମୃତକ ଜଣକ ଅନୁଗୁଳର ଏକ ଘରୋଇ ଇଂଜିନିୟରିଂ କଲେଜର ବିଟେକ ମାଇନିଂ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ । ସେ ତାଳଚେର ରେମୁଆଁ ଠାରେ ଭଡାରେ ରହି ପାଠ ପଢୁଥିଲେ । ଘଟଣା ସ୍ଥଳରେ ତାଳଚେର ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଯୁବକ ନିଖୋଜ ତାଳଚେର – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ଆଜି ଜଣେ ଯୁବକ ଭାସିଯାଇ ନିଖୋଜ ଅଛନ୍ତି ।…
ସ୍ଵାମୀ ସହ ଆସି ପ୍ରେମିକ ସହ ଛୁ ମାରିଲା ସ୍ତ୍ରୀ ଅନୁଗୁଳ – ସ୍ଵାମୀ ସହ ବୁଲିବାକୁ ଆସିଲେ । ଆଉ ମଉକା ଦେଖି ପ୍ରେମିକ ସହ ଛୁ ମାରିଲା ଗୋଟିଏ ସନ୍ତାନର ମା । ଏଭଳି ଘଟଣା…
ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାରିପରା ଗାଁରେ ଅଘଟଣ । ନାଳରେ ଗାଧେଇବା ବେଳେ ହ୍ୟୁମ ପାଇପରେ ପଶି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ…