ମୁଖ୍ୟ ଖବର ମାଛ ମାରିବା ହେଲା କାଳ – ଛିଣ୍ଡିଲା ଦୁଇ ହାତ Angul OnlineAugust 6, 2022August 6, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ପାଇକସାହି ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବା ବେଳ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ଛିଣ୍ଡି ଯାଇଛି । ସୂଚନା ଅନୁସାରେ ପାଇକସାହିର ଗଣେଶ୍ଵର ଥମ୍ବ ନାମକ ଜଣେ ବ୍ୟକ୍ତି ତାଳଚେର ଜଗନ୍ନାଥ ମନ୍ଦିର ସାମ୍ନା ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇଥିଲେ । ଗଣେଶ୍ଵର ଡିନାମାଇଟ ସାହାଯ୍ୟରେ ମାଚା ମାରିବାକୁ ଉଦ୍ୟମ କରୁଥିବା ବେଳେ ଅସାବଧାନତା ବଶତଃ ଡିନାମାଇଟ ଫୁଟି ଯାଇଥିଲା । ଫଳରେ ଗଣେଶ୍ଵରଙ୍କ ଦୁଇ ହାତ ପାପୁଲି ଛିଣ୍ଡି ଯାଇଥିଲା । ସେଠାରେ ସେ ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିବା ଜଣା ପଡିଛି । Advertisement
ଟ୍ରାଏଲ ରନ ବେଳେ ଫାଟିଲା ପାଉଁଶ ପାଇପ – ଭାସିଗଲା ଆସବାବପତ୍ର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଡାଳ ଗାଁ ନିକଟରେ ଏନଟିପିସିର ପାଉଁଶ ପାଣି ପାଇପ ଫାଟିବା ଫଳରେ ଏକ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି…
ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଅନୁଗୁଳ – ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ଦଣ୍ଡାଦେଶ ଦେଲେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୦/୧୦/୨୦୧୭ ମସିହାରେ ଏହି ଟ୍ରିପଲ ମଡର…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଅଣଓଡ଼ିଆ ହୋଇଥିବା ବେଳେ ମାନସିକ ବିକାରଗ୍ରସ୍ତ ଥିଲେ ବୋଲି…