ଆମ୍ବ ଗୋଟାଇବା ହେଲା କାଳ – ବଜ୍ରପାତରେ ନାବାଳକ ସମେତ ଦୁଇ ମୃତ

କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରେ ଅଘଟଣ ଘଟିଯାଇଛି l ଗୁରୁବାର ଅପରାହ୍ନରେ ଝଡ଼ତୋଫାନ ବେଳେ ଗ୍ରାମର ତିନି ଜଣ ଆମ୍ବତୋଟାକୁ ଆମ୍ବ ସଂଗ୍ରହ କରିବାକୁ ଯାଇଥିଲେ l ଏହି ସମୟରେ ବିଜୁଳି ଘଡଘଡି ସହ ବ୍ରଜ ପାତ ହୋଇଥିଲା l ଆମ୍ବ ଗଛ ମୂଳେ ଥିବା ବେଳେ କାନ୍ହୁ ଚରଣ ମିଶ୍ର (୬୩) , ଶିବ କିସାନ (୧୫) ଓ ଶୁଭମ ମହାପାତ୍ର (୧୨) ତିନି ଜଣ ବ୍ରଜପାତ ଯୋଗୁଁ ଚେତା ଶୂନ୍ୟ ହୋଇ ଥିଲେ l ସୂଚନା ପାଇ ସମ୍ପକୀୟ ମାନେ ଆମ୍ବୁଲାନ୍ସ ଯୋଗେ କଣିହାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣଙ୍କୁ ମୃତ ଘୋଷଣା କରା ଯାଇଥିଲା । ମୃତକ ଦୁଇ ଜଣ ହେଲେ ସେହି ଗାଁର କାନ୍ହୁ ଚରଣ ମିଶ୍ର ଓ ନାବାଳକ ଶିବ କିସାନ । ଗୁରୁତର ଭାବେ ଏବେ ମଧ୍ୟ ଶୁଭମ ମହାପାତ୍ର ଚିକତ୍ସାଧୀନ ଅଛନ୍ତି । ଖବର ପାଇ କଣିହାଁ ପୋଲିସ ପହଞ୍ଚି ମୃତଦେହ ଜବତ କରି ୨ ଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି l

Advertisement

Leave a Reply

Your email address will not be published. Required fields are marked *