ମୁଖ୍ୟ ଖବର କେନାଲରେ ବୁଡି ଦୁଇ ନାବାଳକ ମୃତ Angul OnlineMay 31, 2023May 31, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ ଅଘଟଣ । କେନାଲରେ ଗାଧେଇବା ବେଳେ ପାଣିରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ସୂଚନା ଅନୁସାରେ ସମଲ ବ୍ୟାରେଜ ସମଲ ବ୍ୟାରେଜ୍ ର ଦକ୍ଷିଣ ଶାଖା କେନାଲର ଗୁରୁଜାଙ୍ଗ ଗ୍ରାମ ନିକଟସ୍ଥ କେନାଲକୁ ସେହି ଗାଁର ଓମପ୍ରକାଶ ପାଣି ଓ ସୌମ୍ୟ ରଞ୍ଜନ ପାଣି ଅନ୍ୟ ଜଣେ ନାବାଳକ ଗାଧେଇବାକୁ ଯାଇଥିଲେ । ତେବେ ଅସାବଧାନତା ବଶତଃ ଉଭୟ ଗଭୀର ପାଣିକୁ ଚାଲି ଯାଇଥିଲେ । ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ଡାକ ପକେଇଥିଲେ । ଆଖପାଖରେ ଥିବା ଲୋକ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ବହୁ ସମୟ ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି । Advertisement
ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବରିଷ୍ଠ କଂଗ୍ରେସ ନେତା କଳାକାର ସାହୁଙ୍କ ପରଲୋକ ହୋଇ ଯାଇଛି । ସେ ଅନେକ ଦିନ ହେଲା ବାର୍ଦ୍ଧକ୍ୟ…
ଦୋକାନ ଘର ଭିତରକୁ ପଶିଗଲା ଟ୍ରକ ଛେଣ୍ଡିପଦା – ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା…
ପ୍ରେମିକାର ଫଟୋ ଓ ଭିଡଓ ଭାଇରାଲ୍ କରି ଯୁବକ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।…