ମୁଖ୍ୟ ଖବର ପୋଖରୀରେ ବୁଡି ଦୁଇ ନାବାଳିକା ମୃତ Angul OnlineOctober 7, 2021October 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କୁରୁମଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । କୁରୁମଛକ ନିକଟସ୍ଥ ଏକ ପୋଖରୀରେ ବୁଡି ଗାଁର ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ଓ ଦୟାନିଧି ପ୍ରଧାନଙ୍କ ଝିଅ ଜ୍ୟୋତି ପୋଖରୀକୁ ଗାଢେଇବାକୁ ଯାଇଥିଲେ । ତେବେ ଉଭୟ ପୋଖରୀରେ ବୁଡି ଯାଇଥିଲେ । ସେହି ପୋଖରୀ ଦେଇ ଯାଉଥିବା ଜଣେ ଗୋରୁ ଚରାଳୀ ଉଭଯଙ୍କୁ ପାଣିରେ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକ ଦୁଇ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି । Advertisement
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳରେ ୨୦୧୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ହୋଇଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ…
ଜଳିଗଲା ଚଳନ୍ତା ବସ ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ…
ଅଜଗର ସାପକୁ ଗିଳିଲା ଅହିରାଜ(ଭିଡିଓ) ଅନୁଗୁଳ – ଫୁଟ ଲମ୍ବର ଅଜଗର ସାପକୁ ଗିଳିଲା ୧୧ ଫୁଟର ଅହିରାଜ ସାପ । ଏଭଳି ଘଟଣା ଆଜି ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ…