ଦୁଇ ନାବାଳକଙ୍କୁ ବାନ୍ଧି ନିସ୍ତୁକ ମାଡ – ମାଛ ମାରିଲେ ବୋଲି ସନ୍ଦେହରେ ମାଡ ମାରିଲେ ପୋଖରୀ ମାଲିକ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାଢିପ ସାହିରେ ପୋଖରୀରୁ ମାଛ ଚୋରୀ କରିଥିବା ସନ୍ଦେହରେ ଦୁଇ ନାବାଳକଙ୍କୁ ବାନ୍ଧି ଅମାନୁଷିକ ଭାବେ ମାଡ଼ ମରାଯାଉ ଥିବା ନେଇ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଦୁଇ ନାବାଳକଙ୍କୁ ଉଦ୍ଧାର କରିଛି l ଏନେଇ ନାବାଳକଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ଅନୁସାରେ ,ବାଗଡିଆ ଗ୍ରାମର ୨ ନାବାଳକ ଆଜି ତାଙ୍କ ସାହି ନିକଟରେ ଥିବା ଏକ ପୋଖରୀ ନିକଟକୁ ଛେଳି ଖୋଜିବାକୁ ଯାଇ ପୋଖରୀରେ ମାଛ ମାରୁଥିଲେ । ପୋଖରୀ ମାଲିକ କାହ୍ନୁ ଚରଣ ପାଣି ନାବାଳକ ଦୁଇଜଣ ମାଛ ମାରୁଥିବା ଦେଖି ଉଭୟଙ୍କୁ ଧରିଵା ସହିତ କାହ୍ନୁ ଚରଣ ନିଜ ଘରକୁ ଆଣି ନିଜ ଘର ସାମ୍ନା ଗ୍ରିଲରେ ଅମାନୁଷିକ ଭାବେ ବାନ୍ଧି ମାଡ଼ ମାରିଥିଲେ l ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ନାବାଳକ ଦୁଇଜଣ ଙ୍କୁ ବାନ୍ଧି କାହ୍ନୁଚରଣ ଏବଂ ତାଙ୍କ ସ୍ତ୍ରୀ ମିଶି ନିସ୍ତୁକ ମାଡ଼ ମାରିଥିଲେ । ନାବାଳକଙ୍କ ପରିବାର ଲୋକ ମାନେ ଖବର ପାଇ କାହ୍ନୁଙ୍କ ଘରକୁ ଯାଇ କ୍ଷମା ମାଗିଥିଲେ ମଧ୍ଯ କାହ୍ନୁ ଦୁଇ ନାବାଳକଙ୍କୁ ଛାଡି ନଥିଲେ । ପରେ ଜଣେ ନାବାଳକଙ୍କ ଦାଦା ଘଟଣାକୁ ନେଇ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କାହ୍ନୁଙ୍କ ଘରକୁ ଯାଇ ଦୁଇ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ଏନେଇ ପୋଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଥିବା ବାଗଡିଆ ଥାନା ପୁଲିସ ପ୍ରକାଶ କରିଛି l

Advertisement

Leave a Reply

Your email address will not be published. Required fields are marked *