ମୁଖ୍ୟ ଖବର ଦୁର୍ଘଟଣାରେ ପୁଣି ଦୁଇ ମୃତ – ଗୋଟିଏ ଦିନରେ ଦୁର୍ଘଟଣା ନେଲା ୭ ଜୀବନ Angul OnlineMarch 21, 2021March 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଏକ ଢ଼ାବା ନିକଟରେ ଗୋଟିଏ ଟ୍ରକ ( ଓଡି-୩୫-୦୪୩୪) ଓ ମୋଟରସାଇକେଲ (ଓଡି-୧୯-ଏସ-୯୬୭୫) ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ କମରେଇ ଗାଁର ଦୁଇ ଯୁବକ ମନୋଜ ସାହୁ ଓ ଜ୍ୟୋତି ସାହୁ ମୋଟରସାଇକେଲରେ ଯାଉଥିବା ବେଳେ କଣିହାଁରୁ ଆସୁଥିବା ଏକ ପାଉଁଶ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କା ଫଳରେ ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ମନୋଜଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଥୀ ଜ୍ୟୋତିକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଳଚେର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ମୃତ ଯୁବକଙ୍କ ପରିବାରଙ୍କୁ କ୍ଷତି ପୂରଣ ଦେବା ଦାବିରେ ରାଜପଥକୁ ଅବରୋଧ କରିଥିଲେ ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଆଜି ସକାଳେ ଜରପଡାଠାରେ ଏକ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ବଲାଙ୍ଗିର ଜିଲ୍ଲା ରାଜଅଗଲଫୁରର ଚନ୍ଦନ ମେହେର ଓ ବବୁଲ ମେହେର , ବରଗଡ ଜିଲ୍ଲା ବିଜେପୁରର ଗୁଣ୍ଡା ମେହେର ଏବଂ ଆମ୍ବୁଲାନ୍ସ ଚାଳକ ବୁର୍ଲ୍ଲା ପିଡବ୍ଲୁଡି କଲୋନୀର ବାବୁଲାଲ ସୁନା । ସେମାନେ ଚିକିତ୍ସା ପାଇଁ କଟକ ଯାଉଥିବା ବେଳେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା । ସେହିଭଳି ଆଜି ଭୋର ସମୟରେ ଚାଇଁପାଳରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ କଙ୍କିଳି ଗାଁ ର ବୋଲି ଜଣା ପଡିଛି । Advertisement
ପିତୃ ଦିବସରେ ବିଧାୟକ ବ୍ରଜ କିଶୋରଙ୍କ ପିତୃ ବିୟୋଗ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ପିତୃ ବିୟୋଗ ହୋଇଛି । ବ୍ରଜ କିଶୋର ପ୍ରଧାନଙ୍କ ବାପା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ…
ନକଲି ଔଷଧର ସିକିମ୍-କୋଲକାତା ଲିଙ୍କ୍ ! ଉଭୟ ରାଜ୍ୟକୁ ଯିବ ଡ୍ରଗ୍ସ୍ ନିୟନ୍ତ୍ରକଙ୍କ ଏସ୍ଟିଏଫ୍ ଅନୁଗୁଳ – ଅନୁଗୁଳ ନକଲି ଔଷଧ ମାମଲାର ଚେର ସିକିମ୍ ଓ କୋଲକାତା ପର୍ଯ୍ୟନ୍ତ ଲମ୍ବିଛି । ଏହି ଦୁଇ ଜାଗାରେ ଅନେକ ଗୁମର ଲୁଚିଥିବା ଜଣା…
ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥ ଦୁଇ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ବର – ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର…