ଅନୁଗୁଳ – ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ଦଣ୍ଡାଦେଶ ଦେଲେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୦/୧୦/୨୦୧୭ ମସିହାରେ ଏହି ଟ୍ରିପଲ ମଡର ହୋଇଥିଲା । ମା ମାହେଶ୍ଵରୀ ଗ୍ରୁପ ରୁ ଉଭୟ ଦମ୍ପତ୍ତି ଦେଢ ଲକ୍ଷ ଟଙ୍କା ଉଠାଇଥିଲେ । ଏହି ଟଙ୍କା ହଡପ କରିବା ପାଇଁ ଗାଁ ର ଦୁଇ ଅଭିଯୁକ୍ତ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା ସ୍ୱାମୀ-ସ୍ତ୍ରୀ ଓ ୪ ବର୍ଷର ପୁଅକୁ ହତ୍ୟା କରିଥିଲେ । କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ଉଭୟ ଅଭିକୁକ୍ତଙ୍କୁ ୩୦୨ ଦଫାରେ ଫାଶୀ ସହ ୩୭୪ ଦଫାରେ ଆଜୀବନ ଓ ୨୦୧ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।
What’s your Reaction?
+1
+1
+1
+1
+1
5
+1
1
+1
3