ମୁଖ୍ୟ ଖବର ସଡକ ଦୁର୍ଘଟଣା ରେ ଦୁଇ ଜଣଙ୍କ ମୃତ୍ୟୁ Angul OnlineMarch 25, 2023March 25, 2023 ଅନୁଗୋଳ – ଶୁକ୍ରବାର ଅପରାହ୍ନରେ ତାଳଚେର ୧୪୯ ନଂ ଜାତୀୟ ରାଜପଥର ଥର୍ମାଲ ନିକଟସ୍ଥ ନନ୍ଦିରା ବ୍ରିଜ୍ ପାଖରେ ଏକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ଏକ ଟ୍ରକ ମୋଟର ସାଇକେଲକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଦୁଇ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ବିରିବୋଲେଇ ଗ୍ରାମର ୩୦ ବର୍ଷୀୟ ପ୍ରେମ କୁମାର୍ ସାହୁ (ପପୁ ) ବର୍ଷ ଏବଂ ୫୦ ବର୍ଷୀୟ ଗତିକୃଷ୍ଣ ସାହୁ । ଉଭୟ ମୋଟରସାଇକେଲରେ ଯାଉଥିବା ବେଳେ ପଛରୁ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଉଭୟ ଆଗରେ ଥିବା ଏକ ଟ୍ରଲର ସହ ଧକ୍କା ଖାଇବା ପରେ ରାସ୍ତାରେ ଛିଟିକି ପଡ଼ିଥିଲେ । ଫଳରେ ରାସ୍ତାରେ ଯାଉଥିବା ଅନ୍ୟ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବାରମ୍ବାର ଏପରି ଦୁର୍ଘଟଣା ଘଟିବାକୁ ନେଇ ସେଇ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇଥିଲା । Advertisement
ବେସରକାରୀ ସ୍କୁଲର ଦାଦାଗିରି – ଫି’ ନ ଦେବାରୁ ଟିସି ଦେଇ ବାହାର କରିଦେଲା ଛାତ୍ରଛାତ୍ରୀଙ୍କୁ ଅନୁଗୁଳ – ସ୍କୁଲ କର୍ତ୍ତୁପକ୍ଷଙ୍କ ଦାଦାଗିରି । ଫି ଦେଇ ପାରିଲେ ନାହିଁ ବୋଲି ଟିସି ଦେଇ ସ୍କୁଲରୁ ବାହାର କରି ଦେଲେ । ଏଭଳି ଅଭିଯୋଗ…
ଡାକ୍ତର ଧୀରେନ ପ୍ରଧାନଙ୍କ ପରଲୋକ ଅନୁଗୋଳ – ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଧୀରେନ କୁମାର ପ୍ରଧାନଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଛି । ସେ ଗତ କିଛି ଦିନ…
ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ…