ଗୋ ମାଂସ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ନିର୍ଧୂମ ମାଡ – ଗିରଫ କଲା ପୁଲିସ

ତାଳଚେର – ବଜାର ଉପରେ ଗୋ ମାଂସ ବିକ୍ରି ଅଭିଯୋଗରେ ତାଳଚେର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ରାଷ୍ଟ୍ରୀୟ ବଜରଙ୍ଗ ଦଳ , ତାଳଚେର ଶାଖାର କର୍ମୀ ମାନଙ୍କ ଅଭିଯୋଗ ଆଧାରରେ ପୁଲିସ ଉଭୟଙ୍କୁ ଗିରଫ କରିଛି । ବଜରଙ୍ଗ ଦଳ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୪ ମାସ ହେବ ତାଳଚେରରେ ଅଞ୍ଚଳରେ ବ୍ୟାପକ ଗୋ ମାଂସ ବିକ୍ରି ହେଉଥିବା ତାଙ୍କ ପାଖରେ ଖବର ଥିଲା । କିନ୍ତୁ ଗୋ ମାଂସ ବିକ୍ରି କରୁଥିବା ବ୍ୟକ୍ତି କୁ କାବୁ କରିବାରେ ବିଫଳ ହେଉଥିଲେ । ଆଜି ଗୋଡ଼ିବନ୍ଧ ଅଞ୍ଚଳରୁ ଜଣେ ଗୋମାଂସ ଧରି ତାଳଚେର ଆଡ଼କୁ ଆସୁଥିବା ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ଜଗି ରହିଥିଲେ । ତାଳଚେର ଆଇଟିଆଇ ଛକ ନିକଟରେ ଜଣଙ୍କୁ ସନ୍ଦେହ ପୂର୍ବକ ଯାଞ୍ଚ କରିବାରୁ ତାଙ୍କ ପାଖରୁ ଗୋ ମାଂସ ମିଳିଥିଲା। ପରେ ଉକ୍ତ ଯୁବକଙ୍କ ସହଯୋଗୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଗୋ ମାଂସ ମିଳିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ସ୍ଥାନୀୟ ଲୋକ ଉଭୟ ଯୁବକଙ୍କୁ ନିର୍ଧୂମ ମାଡ ମାରିଥିଲେ । ପରେ ଉଭୟଙ୍କୁ କାବୁ କରି ବଜରଙ୍ଗ ଦଳର କର୍ମୀ ମାନେ ପୁଲିସ ଜିମା ଦେଇଥିଲେ । ଘଟଣାର ତଦନ୍ତ କରି ପୁଲିସ ମାଂସ ରଖିଥିବା ଦୁଇ ଯୁବକଙ୍କୁ ଗିରଫ କରିଛି । ଅନ୍ୟପଟେ ଆଇନାକୁ ହାତକୁ ନେଇ ଯୁବକଙ୍କୁ ମାଡ ମାରିବା ଅଭିଯୋଗରେ ବଜରଙ୍ଗ ଦଳର ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରିଥିବା ଜଣା ପଡିଛି ।

What’s your Reaction?
+1
1
+1
0
+1
0
+1
0
+1
0
+1
0
+1
1

Share:

Share on facebook
Share on twitter
Share on whatsapp
Share on telegram

Sponsored

Leave a Reply

Conect on Social Media