୨ ଜଣଙ୍କୁ କଚାଡି ମାରିଲା ହାତୀ

୨ ଜଣଙ୍କୁ କଚାଡି ମାରିଲା ହାତୀ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ପୁରୁଣାଗଡ ରେଞ୍ଜ ତଳଗଡ଼ ଗାଁରେ ଆଜି ଭୋରରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ତଳଗଡ଼ ଗାଁର ମମତା ସେଠି । ମମତା ଭୋର ବେଳେ ଗାଁ ମୁଣ୍ଡ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ସେ ସେଠାରେ ଆମ୍ବ ଗୋଟାଉଥିବା ବେଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ହାତୀ ତାଙ୍କୁ ଗୋଡ଼ରେ ଦଳି ଦେବା ସହ ଶୁଣ୍ଢରେ ଫୋପାଡ଼ି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମମତାଙ୍କ ମୃତ୍ୟୁ ହୋଇଥିଲା । .ସେହିପରେ ଆଠମଲ୍ଲିକ ଉପଖଣ୍ଡ ବାମୁର ରେଞ୍ଜର  ହିମାମୁରା ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମହୁଳମାଳ ଗ୍ରାମର ଧନେଶ୍ୱର ଦେହୁରୀ ଆଜି ୯ ଟା ବେଳକୁ କେନ୍ଦୁପତ୍ର ସଂଗ୍ରହ କରି ଘରକୁ ଫେରିବା ବାଟରେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ ଓ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply