ଅଜଣା ଗାଡି ଧକ୍କାରେ ଦୁଇ ମୃତ

ଅଜଣା ଗାଡି ଧକ୍କାରେ ଦୁଇ ମୃତ

ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ ଗ୍ରାମର ଶୁଭମ୍ ରାଉତ ବୟସ ଏବଂ ପିପୁନ୍ ସାମଲ ବୟସ ବୋଲି ଜଣା ପଡିଛି । ଉଭୟ କୌଣସି କାମରେ କେନ୍ଦୁଝର ଯାଇ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଉଭୟ ଶୁଭମ୍ ଓ ପିପୂନ୍ ଙ୍କର ମୃତ୍ୟୁ ହୋଇଥିଲା ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି  ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ (ଓଡ଼ି ୩୫ ଡି ୫୧୧୯) କୁ ଜବତ କରିବା ସହ ଉଭୟ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଅପର ପକ୍ଷରେ ଶୁଭମ୍ ଓ ପିପୁନଙ୍କ ମୃତ୍ୟୁରେ ଚାଳଗଡ ଗ୍ରାମରେ ଶୋକ ଖେଳି ଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
7

Leave a Reply