ମୁଖ୍ୟ ଖବର ଜେଲରୁ ଛୁ ମାରିଲେ ଦୁଇ କଏଦୀ – ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ Angul OnlineJuly 19, 2022July 19, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚରାଧୀନ କଏଦୀ ଫେରାର ହୋଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହା ଯାଉଛି I ଫେରାର ଦୁଇ କଏଦୀ ହେଲେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଖମାର ଥାନା ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ ବୋଲି ଜଣା ପଡିଛି । କଏଦୀ ମାନେ ରାତ୍ର ଭୋଜନ କରିବା ପରେ ନିଜ ନିଜର କୋଠରୀକୁ ଯାଇଥିଲେ । ତେବେ ରାତିରେ ଝିପିଝିପି ବର୍ଷାର ସୁଯୋଗ ନେଇ ଏହି ଦୁଇ କଏଦୀ ଜେଲର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି । ଜେଲ କତୃପକ୍ଷ ବହୁତ ଖୋଜାଖୋଜି କରି ନ ପାଇବା ପରେ ଥାନାରେ ଏତଲା ଦେଇଥିଲେ । ପୁଲିସ ତଦନ୍ତ ଆରମ୍ଭ କରି ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ମାତ୍ର ବର୍ତ୍ତମାନ ଯାଏ ଧରିବାରେ ସକ୍ଷମ ହୋଇପାରି ନାହାନ୍ତି । ତେବେ ବର୍ତ୍ତମାନ ଜେଲରେ ମାତ୍ର ଛଅ ସାତ ଜଣ କଏଦୀ ଥିବାବେଳେ ଏବଂ କଏଦୀଙ୍କ ଠାରୁ ଜେଲ କର୍ମଚାରୀଙ୍କ ସଂଖ୍ୟା ଅଧିକ ଅଛନ୍ତି । ଏହା ପରେ ମଧ୍ୟ ଦୁଇ ଜଣ କଏଦୀ ପାଚେରୀ ଡେଇଁ ଫେରାର ହୋଇଯିବା ଜେଲ କତୃପକ୍ଷଙ୍କ ପାରିବା ପଣିଆକୁ ପଦାରେ ପକାଇଛି । Advertisement
ଗାଁରେ ସର୍ଭେ ବେଳେ କମ୍ପାନୀ ଲୋକଙ୍କୁ ଅଟକ ରଖିଲେ ଗ୍ରାମବାସୀ ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହାଣ୍ଡିଗୋଡା ଗାଁ ନିକଟରେ ଜିଏମଡିସି କମ୍ପାନୀର ସର୍ଭେ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀ ବିରୋଧ କରିବା ସହିତ ସର୍ଭେ କରୁଥିବା କମ୍ପାନୀ…
ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ – ଦୁଇ ଆହତ ତାଳଚେର – ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ…
ବ୍ୟାଙ୍କ ମ୍ଯାନେଜର ହେଲେ ସାଇବର ଠକେଇର ଶିକାର – ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଜଣେ ବ୍ୟାଙ୍କ ପରିଚାଳକଙ୍କଠାରୁ ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା । ଟଙ୍କା ଦେଣ ନେଣରେ ଦକ୍ଷତା ଥିବା ବ୍ୟାଙ୍କ ପରିଚାଳକ…