ଆଞ୍ଚଳିକ ଦୁଇ ଅଜଗର ସାପ ଉଦ୍ଧାର Angul OnlineDecember 1, 2024December 1, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ , ବଡ଼ଦାଣ୍ଡ ସାହି ଗାଁ ରାସ୍ତାରେ ୧୫ଫୁଟ୍ ଲମ୍ବ ଅଜଗର ସାପ ରାସ୍ତା ପାରି ହେଉଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ସାପଟିକୁ ମାରିଦେବାକୁ ଉଦ୍ୟମ କରୁଥିଲେ । ତେବେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି । ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ବିଶ୍ଵରଞ୍ଜନ ବେହେରା ସେଇ ରାସ୍ତା ଦେଇ କାମ ସାରି ଅନୁଗୁଳ ରୁ ଫେରୁଥିଲେ । ସାପଟିକୁ ଦେଖି ଲୋକଙ୍କୁ ମାରିବାକୁ ବାରଣ କରିବା ସହ ବନ ବିଭାଗ କୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ପହଞ୍ଚିବାପରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ମିଶି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ । ସେହିପରି ଦେରେଜାଙ୍ଗ ଡ୍ୟାମ ମଧ୍ୟ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର କରା ଯାଇଛି । ଡ୍ୟାମ ହୁଡାରେ ଅଜଗର ସାପ ଥିବା ଖବର ପାଇ ସର୍ପମିତ୍ର ଆଦିତ୍ୟ ବେହେରା ଓ ଶିତୁ ସିଂ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ ବନ ବିଭାଗର ସହାୟତାରେ ସୁରକ୍ଷିତ ସ୍ଥାନରେ ଛାଡି ଦେଇଥିଲେ । Advertisement
ଚାନ୍ଦା କରି ରାସ୍ତା ମରାମତି କଲେ ଗାଁ ଲୋକ ଆଠମଲ୍ଲିକ – ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର ବାଘୁଆନାଳି ଗ୍ରାମବାସୀ ରାସ୍ତା ପାଇଁ ବହୁ ଦହଗଞ୍ଜ ହେଉଥିଲେ । ସାମାନ୍ୟ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ…
ଦୁଇ ଗଛ ଫାଙ୍କରେ ଫସି ଆହତ ମାଇ ହାତୀ ଚିକିତ୍ସା ପାଇଁ କପିଳାସ ଗଲା ଅନୁଗୋଳ – ଆହତ ମାଈ ହାତୀକୁ ଚିକିତ୍ସା ପାଇଁ କପିଳାସ ନିଆଗଲା । ସେଠାରେ ତାର ଚିକିତ୍ସା କରାଯିବ । ସୂଚନା ଅନୁସାରେ ଗତ ମେ ମାସ…
ଗୃହ ଟିକସ ବୃଦ୍ଧି ନିଷ୍ପତିର ପୁନଃବିଚାର ଓ ଅଳିଆ ପାଇଁ ବ୍ୟବହାରିକ କର ପ୍ରତ୍ୟାହାର ଦାବୀ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ତରଫରୁ ତାଳଚେର ସହରବାସୀଙ୍କ ଉପରେ ଧାର୍ଯ୍ୟ କରାଯାଇଥିବା ବର୍ଦ୍ଧିତ ଗୃହ ଟିକସ ସମ୍ପୁର୍ଣ୍ଣ ତୃଟିପୂର୍ଣ୍ଣ ଦର୍ଶାଇବା ସହ ଏହି…