ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗର ଠାରେ ଗୁଳି ମାଡରେ ଶଳା ଭେଣେଇ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତର ହେଲେ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗର ଅଞ୍ଚଳର ଶିବରାମ ନାଏକ (୨୮) ଏବଂ ବିଷ୍ଣୁ ଚରଣ ନାଏକ (୪୦) । ସୂଚନା ଅନୁସାରେ, ଅନୁଗୁଳ ସହରରୁ ଏକ ଅଟୋ ଯୋଗେ ବିଷ୍ଣୁ ଚରଣ ନାଏକ ଏବଂ ଶିବରାମ ନାଏକ ଘରକୁ ଫେରୁଥିବା ବେଳେ କହ୍ନେଇ ନଗର ବନଦୂର୍ଗା ନିକଟରେ ଦୁଇ ମୋଟରସାଇକେଲରେ ପାଞ୍ଚ ଜଣ ଆସି ଅଟୋ କୁ ଅଟକାଇ ଏକ ବନ୍ଧୁକ ବାହାର କରି ଗୁଳି ମାଡ କରି ଚାଲିଥିଲେ । ଯାହା ଫଳରେ ଶିବରାମ ନାଏକ ଏବଂ ବିଷ୍ଣୁ ଚରଣ ନାଏକ ଗୁରୁତର ହୋଇ ଯାଇଥିଲେ । ବିଷ୍ଣୁ ଙ୍କର ଦୁଇ ଜଙ୍ଗ ରେ ତିନୋଟି ଏବଂ ପେଟ ରେ ଗୋଟେ ଗୁଳି ମାଡ ହୋଇଥିବା ବେଳେ ଶିବରାମ ପେଟ ରେ ଗୋଟେ ଗୁଳି ବାଜିଛି । ବିଷ୍ଣୁ ଙ୍କର କହିବା କଥା ଯେ, ପୂର୍ବ ଶତ୍ରୁତା ରୁ ଆମକୁ ଗୁଳି ମାରିଛନ୍ତି । ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହେଁ ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ପଟେ ଖବର ପାଇ ବନ୍ତଳା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
