ମୁଖ୍ୟ ଖବର ଋଣ ଭାର ସହି ନପାରି ଆତ୍ମହତ୍ୟା Angul OnlineAugust 17, 2023August 17, 2023 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ବ୍ଯକ୍ତି ଜଣଙ୍କ ଋଣ ଭାର ସହି ନପାରି ଆତ୍ମହତ୍ଯା କରିଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣଙ୍କ କାଦପଡ଼ା ଗ୍ରାମର ସୁଦାମ ଭୂୟାଁ(୪୦) । ସେ ବିଭିନ୍ନ ବେସରକାରୀ ସଂସ୍ଥାରୁ କରଜ ଆଣିଥିଲେ ଏବଂ ଠିକ୍ ସେ ପରିଶୋଧ କରି ନ ପାରିବାରୁ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଫଳସ୍ବରୂପ ଏ ଭଳି ଚରମ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ପାଖରେ ତାଙ୍କର ସାଇକେଲଟି ଅଛି । ଘଟଣା ସ୍ଥଳରେ କିଆକଟା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା (କେସ୍ ନମ୍ବର ୦୩/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । Advertisement
ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ଶାରୀରିକ ପରୀକ୍ଷା ବେଳେ ଅଘଟଣ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋ CISF ପଡ଼ିଆରେ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ ପାଇଁ ଚାଲୁଥିବା ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇ ଜଣେ ଯୁବକଙ୍କୁ…
ବରା ଛାଣୁଥିବାବେଳେ ଲାଗିଲା ନିଆଁ , ୬ ବଖରା ଘର ପୋଡ଼ି ପାଉଁଶ ତାଳଚେର – ତାଳଚେର ପୌରାଞ୍ଚଳ ଅନ୍ତର୍ଗତ କିଶୋରଗଞ୍ଜ ପାଟଣା ସାହିରେ ଆଜି ( ଶୁକ୍ରବାର) ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାରର ୬ ବଖରା…
ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ସହର ସହ ଗାଁକୁ ଯୋଡ଼ିବା ଲକ୍ଷ୍ୟ ନେଇ ଆରମ୍ଭ ହେଉଥିବା…