ବାଣିଜ୍ୟ କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ Angul OnlineDecember 30, 2022December 30, 2022 ଅନୁଗୁଳ – କେନ୍ଦ୍ର କୋଇଲା ସଚିବ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ । ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଷ୍ଟିଲ ନିର୍ମାଣରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି)କୁ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଓ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଜେଏସପି ପକ୍ଷରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି ଯେ, କୋଲ ଗ୍ୟାସିଫିକେସନ ହେଉଛି କୋଇଲାର ଭବିଷ୍ୟତ । ଶକ୍ତି ଉତ୍ସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବା ସହିତ ଆମଦାନୀର ବିକଳ୍ପ ଭାବେ ଏହା ସହାୟତା କରିବ । ଏହା ସହିତ କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆର ଅଧ୍ୟକ୍ଷଙ୍କ ଜେଏସପି ଗସ୍ତ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରାଯାଇ ଅଛି ।ଜେଏସପି ଅନୁଗୁଳ ପ୍ଲାଣ୍ଟରେ ଅବସ୍ଥିତ ୨,୨୫,୦୦୦ Nm3 / h କ୍ଷମତା ବିଶିଷ୍ଠ ଏହି ସିଜିପି ଇସ୍ପାତ ତିଆରି କ୍ଷେତ୍ରରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ ପ୍ଲାଣ୍ଟ ଭାବେ ପରିଚିତ । ଏହାସହିତ ଷ୍ଟିଲ ତିଆରି ପାଇଁ ଏହି ପ୍ଲାଣ୍ଟ ସ୍ୱଦେଶୀ କଞ୍ଚାମାଲ ବ୍ୟବହାର କରିଥାଏ । ବିଶ୍ୱର ପ୍ରଥମ ଷ୍ଟିଲ ଉତ୍ପାଦକ ଭାବେ ଜେଏସପି ଇସ୍ପାତ୍ ଉତ୍ପାଦନ କ୍ଷେତ୍ରରେ ନିଜର ଡିଆରଆଇରେ ସିନ୍ଥେସିସ ଗ୍ୟାସ(ସିନ୍-ଗ୍ୟାସ) ବ୍ୟବହାର କରିଥାଏ ଯାହାକି ଅନ୍ୟ ଇସ୍ପାତ ତିଆରି ପ୍ରକ୍ରିୟା ତୁଳନାରେ ସର୍ବନିମ୍ନ କାର୍ବନ ନିର୍ଗତ କରିଥାଏ ।ଯାହା ଫଳରେ ଆଜିର ସମୟରେ ସିଜିପି ଏକ ଅନନ୍ୟ ଟେକ୍ନୋଲୋଜି ପ୍ରଦର୍ଶନକାରୀ ହୋଇପାରିବା ସହିତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ଏହା ପ୍ରଶଂସିତ ହୋଇପାରିଛି । ସିଜିପିରେ ଉତ୍ପାଦନ ହେଉଥିବା ସିନ୍-ଗ୍ୟାସରେ ୬୦% ହାଇଡ୍ରୋଜେନ ରହିଥିବାରୁ, ଏହା ପରିବେଶ ଉପଯୋଗୀ ନୀଳ ହାଇଡ୍ରୋଜେନ ଉତ୍ପାଦନ କରିବାରେ ମଧ୍ୟ ସାହାଯ୍ୟ କରିପାରିବ । ଏହି ଗସ୍ତବେଳେ ଜେଏସପି ପରାମର୍ଶଦାତା ଗୋଷ୍ଠୀର ଉପାଧ୍ୟକ୍ଷ ଶ୍ରୀ ଭି.ଆର୍ ଶର୍ମା, ଜେଏସପିର ସିଇଓ ଶ୍ରୀ ଦୀନେଶ କୁମାର ସରୋଗୀ, ଇଡ଼ି ଶ୍ରୀ ଦାମୋଦର ମିତ୍ତଲ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । Advertisement
ଅନୁଗୁଳରେ ପ୍ରତିଷ୍ଠା ହେବ ନୂତନ ଏମଏସଏମଇ ପାର୍କ ଅନୁଗୁଳ – ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ…
କରୋନା ଶୁଙ୍ଖଳ ଭାଙ୍ଗିବାକୁ ଆଗକୁ ଆସିଲା ବ୍ୟବସାୟୀ ସଂଘ – ଅପରାହ୍ନରେ ରହିବ ବଜାର ବନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲା ତଥା ସହରରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଅଧିକ ବିଗୁଡୁଥିବା ବେଳେ…
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…