ରାଜନୀତି ଛେଣ୍ଡିପଦାରେ ବିଜେପିର ‘ବିଜୟ ସଂକଳ୍ପ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ Angul OnlineMay 14, 2024May 14, 2024 ଛେଣ୍ଡିପଦା – ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି ଅର୍ଥକୁ ସେମାନେ ଏକକାଳୀନ କିମ୍ବା ନିଜ ସୁବିଧା ଅନୁସାରେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ବୋଲି ମଙ୍ଗଳବାର ସମ୍ବଲପୁର ସଂସଦୀୟ କ୍ଷେତ୍ର ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଶ୍ରୀ ପ୍ରଧାନ ବିଜେପିର ସଂକଳ୍ପ ପତ୍ର ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ସହ କହିଛନ୍ତି ଯେ ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ପାତ୍ରପଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣୀ ପୀଠକୁ ରାଜ୍ୟସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବ ।ଏହାସହ ଓଡ଼ିଶାରେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଯିବ । ଏହା ଦ୍ୱାରା କେବଳ ମାଗଣା ବିଜୁଳି ଉପଲବ୍ଧ ହେବ ନାହି, ସଂଚିତ ବିଜୁଳିକୁ ସରକାରଙ୍କୁ ବିକ୍ରି କରି ୧ ହଜାର, ୨ ହଜାର କିମ୍ବା ତା’ ଠାରୁ ଅଧିକ ଅତିରିକ୍ତ ଆର୍ଥିକ ସହାୟତା ମଧ୍ୟ ପାଇହେବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଜନଆସ୍ଥା କ୍ରମାଗତ ଭାବରେ ବଢିବାରେ ଲାଗିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୫୫ ଲକ୍ଷ ମହିଳାଙ୍କ ଘରେ ମାଗଣା ରନ୍ଧନ ଗ୍ୟାସ ଲାଗିଛି । ଅପରପକ୍ଷରେ ଦୀର୍ଘ ୨୫ ବର୍ଷର ଶାସନରେ ପାନୀୟ ଜଳ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟସେବା, ରୋଜଗାର ବଡ ସମସ୍ୟା ଭାବରେ ଉଭା ହୋଇଛି । ଛେଣ୍ଡିପଦାରେ ୪୦ ୟୁପି ସ୍କୁଲ ବନ୍ଦ ହୋଇଯାଇଛି । ଓଡ଼ିଶାକୁ ମୋଦୀ ଦେଉଥିବା ଅର୍ଥର ବାଟମାରଣା କରି ଅଣ ଓଡ଼ିଆ ଠିକାଦାରଙ୍କୁ ପୋଷାଯାଉଛି । କିନ୍ତୁ ଏହା ଉପରେ ପ୍ରଶ୍ନ କଲେ ବିଜେଡି ରାଜମିସ୍ତ୍ରୀ ହେବାର ଆକ୍ଷେପ କରୁଛି । ଏଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକ ହେବେ । ଅଣଓଡ଼ିଆ ଗୁମାସ୍ତାଙ୍କୁ ଲୋକମାନେ ପ୍ରତ୍ୟାଖ୍ୟାନ କରିବା ପାଇଁ ମନ ବଳାଇଛନ୍ତି । ଓଡ଼ିଶାରେ ଏଥର ନିଶ୍ଚୟ ପରିବର୍ତ୍ତନ ହେବ ।ଏହି ଅବସରରେ ଶ୍ରୀ ପ୍ରଧାନ ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ଛେଣ୍ଡିପଦା, ପାତ୍ରପଡା ସମେତ ଅନେକ ସ୍ଥାନରେ ନିର୍ବାଚନୀ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସହ ସାମିଲ ହୋଇ ଦୁଇ ଥର ପଦ୍ମ ଫୁଲରେ ଭୋଟ୍ ଦେଇ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭିକ୍ଷା କରିଥିଲେ । ପାତ୍ରପଡା ସ୍ଥିତ ମା’ ବାୟାଣୀ ପୀଠ ଓ କୋଶଳା ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରେ ମଧ୍ୟ ଶ୍ରୀ ପ୍ରଧାନ ଦର୍ଶନ କରିଥିଲେ । Advertisement
ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅନୁଗୋଳ – ଆଧୁନିକ ଓଡ଼ିଆ ଯୁଗର ଖାରବେଳ, ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ…
ସନ୍ତୋଷ ହେଲେ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ଅନୁଗୁଳ – ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆଜି ଅବିଭକ୍ତ ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର…
ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ସଚିବଙ୍କୁ ବିଜେଡି ପକ୍ଷରୁ ଧନ୍ୟବାଦ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଠାରେ ହାତୀ-ମଣିଷ ସଂଘର୍ଷ ଯୋଗୁ ସାଧାରଣ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛିଛି । ଧନସମ୍ପତ୍ତି ନଷ୍ଟ…