ବାଣିଜ୍ୟ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର୍ସର ଟିଏମଟି ରିବାର୍ ମିଲକୁ ଲୋକାର୍ପଣ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ Angul OnlineApril 28, 2022April 28, 2022 ଅନୁଗୁଳ – କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମ ଚନ୍ଦ୍ର ପ୍ରସାଦ ସିଂ ଅନୁଗୁଳ ଠାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର (ଜେଏସପି)ର ଅତ୍ୟାଧୁନିକ ଟିଏମଟି ରିବାର ମିଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । କମ୍ପାନୀର ୬ ଏମଟିପିଏ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ କମ୍ପ୍ଲେକ୍ସ ପରିସରରେ ଏହି ମିଲ୍ ଉଦଘାଟିତ ହୋଇଛି । ବାର୍ଷିକ ୧୪ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏହି ଟିଏମଟି ରିବାର ମିଲ ବିଶ୍ବର ସର୍ବବୃହତ ତଥା ଅତ୍ୟାଧୁନିକ ରିବାର ମିଲ୍ ମଧ୍ୟରୁ ଅନ୍ୟତମ । ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭିଆର ଶର୍ମା ଏବଂ ଇସ୍ପାତ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଡି. କେ. ରସ୍ତୋଗୀ ଏହି ଅବସରରେ ଉପସ୍ଥିତ ରହି ପ୍ଲାଣ୍ଟ ପରିସରରେ କେନ୍ଦ୍ର ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଇସ୍ପାତ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀ ରସିକା ଚୌବେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ କହିଥିଲେ ଯେ, ବୃହତ ଅର୍ଥବ୍ୟବସ୍ଥାମାନଙ୍କୁ ପଛରେ ପକାଇ ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି । ଓଡ଼ିଶାରୁ ସର୍ବାଧିକ ପରିମାଣର ଇସ୍ପାତ ଉତ୍ପାଦନ କରାଯାଉଛି । ଓଡ଼ିଶାରେ ଏପରି ସୁଦୃଶ୍ୟ ବିଶାଳ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଏହି ଅବସରରେ ନବୀନ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ । ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବଢ଼ାଇବା ଲାଗି ଜେଏସପିର ଯୋଜନାକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ୨୦୩୦ ସୁଦ୍ଧା ଦେଶର ୧୦ ପ୍ରତିଶତ ଇସ୍ପାତ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଦ୍ବାରା ଅନୁଗୁଳରୁ ଉତ୍ପାଦିତ ହେବ । କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧର ଅଂଶବିଶେଷ ସ୍ବରୂପ, କୋଭିଡ-୧୯ ମହାମାରୀ ସମୟରେ ଦେଶର ବିଭିନ୍ନ ସ୍ଥାନକୁ ତରଳ ଚିକିତ୍ସକୀୟ ଅକ୍ସିଜେନ ଯୋଗାଇ ଦେବାରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରୟାସକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ନବୀନ ଜିନ୍ଦଲ କରିଥିଲେ ଯେ, ଅନୁଗୁଳ ଇସ୍ପାତ ଉତ୍ପାଦନ କାରଖାନା ଠାରେ ୧.୪ ଏମଟିପିଏ କ୍ଷମତା ବିଶିଷ୍ଟ ଟିଏମଟି ରିବାର ମିଲ୍ କେନ୍ଦ୍ର ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେବା ଖୁସିର ବିଷୟ । ଏହା ବିଶ୍ବର ସବୁଠୁ ଆଧୁନିକ ଓ ସର୍ବବୃହତ ରିବାର ମିଲ । ଏଠାରେ ଉଚ୍ଚ ଗୁଣବତ୍ତା ଏବଂ ଭିନ୍ନ ଭିନ୍ନ ବୈଶିଷ୍ଟ୍ୟର ଟିଏମଟି ରିବାର ଉତ୍ପାଦନ କରାଯାଇ ପାରିବ ଯାହାକି ଉଚ୍ଚମାନର ଭିତ୍ତିଭୂମି ନିର୍ମାଣରେ ଉପଯୋଗ ହେବ । ଏହାଦ୍ବାରା ଲକ୍ଷ ଲକ୍ଷ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କୋଇଲା ବାଷ୍ପୀକରଣ ଜ୍ଞାନକୌଶଳ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିକୁ ଶ୍ରୀ ଜିନ୍ଦଲ ବିଶେଷ ଭାବେ ପ୍ରଶଂସା କରିଥିଲେ । ସେ କହିଥିଲେ ଏହି ଜ୍ଞାନକୌଶଳ ଆଜି ବାସ୍ତବ ରୂପ ନେଇପାରିଛି । ସହଯୋଗ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଲେଶ ଦେଓରେ, ଭାରତୀୟ ଇସ୍ପାତ ଗବେଷଣା ଓ ପ୍ରଯୁକ୍ତି ମିଶନର ନିର୍ଦ୍ଦେଶକ ଡକ୍ଟର ମୁକେଶ କୁମାର ପ୍ରମୁଖ ମନ୍ତ୍ରୀଙ୍କ ଗସ୍ତ ଅବସରରେ ଉପସ୍ଥିତ ଥିଲେ । ଜେଏସପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଡି.କେ ରସ୍ତୋଗୀ ଗସ୍ତ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । Advertisement
ଶୁଭାରମ୍ଭ ହେଲା ଅନୁଗୁଳ ଆଡଭାଣ୍ଟେଜ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ଆଲୁମିନିୟମ , ଷ୍ଟିଲ ଓ କୋଇଲାର ସଦୁପଯୋଗ କରି ସ୍ଥାନୀୟ ଲୋକଙ୍କୁ’ ନିଯୁକ୍ତି ଦେବା ସହ…
Honda ACTIVA 125 OBD-II (B) ର ବଜାର ପ୍ରବେଶ ଅନୁଗୁଳ – ଅନୂଳ Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ Honda ର ବହୁ ପ୍ରତିକ୍ଷିତ Scooter Activa…
ସହରରେ ଖୋଲିଲା ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଅନୁଗୁଳ – ଅନୁଗୁଳ ସହରସ୍ଥିତ ଅମଲାପଡାସ୍ଥିତ ୪ର୍ଥ ଗଳିରେ ଆଜି ଏକ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ସେଣ୍ଟର ଉଦଘାଟିତ ହୋଇଯାଇଛି । ଗଣେଶ ପୂଜା ଅବସରରେ ଉଦଘାଟନ ହୋଇଥିବା…